ବୈପାରିଗୁଡା ପ୍ରିମିୟର ଲିଗ (ବିପିଏଲ) ୨ୟ ସିଜିନର ପ୍ରସ୍ତୁତି ବୈଠକ
ବୈପାରିଗୁଡା (ଏନ୍.ଏମ୍.): ବ୍ଲକସ୍ତରୀୟ କ୍ରିକେଟ ପ୍ରତିଯୋଗିତା ବୈପାରିଗୁଡା ପ୍ରିମିୟର ଲିଗ (ବିପିଏଲ) ୨ୟ ସିଜିନର ପ୍ରସ୍ତୁତି ବୈଠକ ବୈପାରିଗୁଡା ସ୍ଥିତ ପଶ୍ଚିମେଶ୍ୱର ମନ୍ଦିର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଖେଳିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହି ୬ଟି ଦଳର ଟିମ ମାଲିକଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଖେଳାଯାଉଥିବା ୬ଟି ଦଳ ମଧ୍ୟରୁ ରୟାଲ ବ୍ଲାଷ୍ଟର ଦଳର ଅଧିନାୟକ ଭାବେ ପିଣ୍ଟୁ ମହାନ୍ତିଙ୍କୁ ଚୟନ କରାଯାଇଥିବା ବେଳେ ମାଲିକ ରହିଛନ୍ତି ବାପି ଜଗଦେବ, କାଳିଆ ଜେନା, ବାଦଲ ବିଷୋୟୀ, ଜାଗା ସାମନ୍ତ । ସେହିପରି ପାୱାରହିଟର ଦଳର ଅଧିନାୟକ ଭାବେ ମନୋରଞ୍ଜନ ଦାସଙ୍କୁ ଚୟନ କରାଯାଇଥିବା ବେଳେ ମାଲିକ ହେଉଛନ୍ତି ନିରୋନ ମହାନ୍ତି ଏବଂ ବିକାଶ ସାବତ । ଅନ୍ୟ ଦଳ ମଧ୍ୟରୁ ରୋଡ଼ ରୋମିଓ ଦଳର ଅଧିନାୟକ ଭାବେ ଦେବ କୁମାର ସେଠୀ ଚୟନ ହୋଇଥିବାବେଳେ ମାଲିକ ହେଉଛନ୍ତି ଜ୍ଞାନେନ୍ଦ୍ର ଧଳ ଏବଂ ଅନୁପ ରାଉତ । ସେହିପରି ରୋଡ଼ ରାଇଡର ଦଳର ଅଧିନାୟକ ଭାବେ ହରିଶ କୁମାର ମେହେର ଚୟନ ହୋଇଥିବା ବେଳେ ମାଲିକ ହେଉଛନ୍ତି ପି. ବିକ୍ରମଦେବ ପାତ୍ର, ତନ୍ମୟ ସାହୁ ଏବଂ ପି. ବାଲରାଜୁ । ଅନ୍ୟ ଏକ ଦଳ ସ୍କ୍ରିମିଙ୍ଗ ଇଗଲସର ଅଧିନାୟକ ଭାବେ କାର୍ତ୍ତିକ ହନ୍ତାଳ ଚୟନ ହୋଇଥିବାବେଳେ ମାଲିକ ହେଉଛନ୍ତି ସାଗର ପରିଡ଼ା ଏବଂ ଲିପୁ ମହାପାତ୍ର । ସେହିପରି ମେକ୍ସିମାସ ଇଲେଭେନ ଦଳର ଅଧିନାୟକ ଭାବେ ଟିକି ପାଇକଙ୍କୁ ଚୟନ କରାଯାଇଥିବା ବେଳେ ମାଲିକ ହେଉଛନ୍ତି ଝରିଆ ଖାନ, କିରୁ ସ୍ୱାଇଁ, ପି. ଶ୍ରୀକାନ୍ତ, ସୁରେଶ ମିଶ୍ର, ସାର୍ଥକ ଦାସ ରହିଛନ୍ତି । ରବିବାର ଦିନ ୧୨ ଓଭର ବିଶିଷ୍ଟ ଖେଳ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚ ରୋୟାଲ ବ୍ଲାଷ୍ଟର ଏବଂ ପାୱାର ହିଟର ମଧ୍ୟରେ ଅନୁଷ୍ଠିତ ହେବ । ପ୍ରଥମ ସିଜିନରେ ରୋୟାଲ ବ୍ଲାଷ୍ଟର ଦଳ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ସିଜିନ ରେ କିଏ ବିଜୟ ହାସଲ କରିବ ତାହା ଏବେ ସାପେକ୍ଷ ।