ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଆସନ୍ତା ୧୩ତାରିଖରେ ହକି ମ୍ୟାଚ ଆରମ୍ଭ ହେବାକୁ ଥିବାବେଳେ ୧୧ତାରିଖରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । କଟକ ସହରକୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ସହରର ଆବାଳବୃଦ୍ଧବନିତା ଉତ୍ସାହିତ ହୋଇ ପଡ଼ିଛନ୍ତି । ବାରବାଟୀ ଷ୍ଟାଡ଼ିୟମରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଦେଶ ବିଦେଶର ବହୁ ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ବାରବାଟୀ ଷ୍ଟାଡ଼ିୟମକୁ କିଭଳି ପ୍ରସ୍ତୁତ କରାଯାଉଛି ତାହାର ମଧ୍ୟ ଘନଘନ ସ୍ଥିତି ଯାଞ୍ଚ ଚାଲିଛି । ସିଏମସି କମିଶନର, କଟକ ଡିସିପି ତଥା ଜିଲ୍ଲାପ୍ରଶାସନ ଏ ନେଇ ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଆଜି ସଂଧ୍ୟା ସମୟରେ ରାଜ୍ୟ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ବାଟବାଟୀ ଷ୍ଟାଡ଼ିୟମ ପରିଦର୍ଶନ କରିବା ସହ ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ବାରବାଟୀରେ ଭିଭିଆଇପି କିଭଳି ପହଞ୍ôଚବେ । ଅତିଥିମାନେ କେଉଁଠି ବସିବେ । ମଞ୍ଚ ପ୍ରସ୍ତୁତ କାର୍ଯ୍ୟ କେତେଦୂର ଶେଷ ହୋଇଛି ସେ ବିଷୟରେ ସଚିବ ତଦାରଖ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ସଚିବଙ୍କୁ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ତଥ୍ୟ ଦେଇଥିବାବେଳେ ଶୃଙ୍ଖଳା ସମ୍ପର୍କରେ ଡିସିପି ପିନାକ ମିଶ୍ର ମଧ୍ୟ ସଚିବଙ୍କୁ ବିସ୍ତୃତ ବିବରଣୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିଏମସି ଡେପୁଟି କମିଶନର(ପରିମଳ) ସଞ୍ଜିବିତା ରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ