ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ

ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ

ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ
ଛଡ଼ାଇ ଫିଙ୍ଗିଦେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ

ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ବିଡିଓ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ ଛଡ଼ାଇ ଫିଙ୍ଗିଦେବା ଭଳି ଅଭାବନୀୟ ଘଟଣା ଭାଇରାଲ ହେବାରେ ଲାଗିଛି । ଏଭଳି ଭିଡିଓ ଭାଇରାଲ ହେବା ଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ତେଜିବାରେ ଲାଗିଛି । ଜନସାଧାରଣ ସେବା ନିମନ୍ତେ ସରକାରଙ୍କ ଠାରୁ ନିଯୁକ୍ତି ପାଇଥିବା ଅଧିକାରୀ ଜନସାଧାରଣଙ୍କୁ ଏଭଳି ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି । ତେବେ ସମ୍ପୃକ୍ତ ବିଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ବିରିଡି ବ୍ଲକ ଅନ୍ତର୍ଗତ ବତିମିରା ପଞ୍ଚାୟତର ହଲଦିଆପଡ଼ା ଗ୍ରାମର ଜୟ ସରସ୍ୱତୀ ଏସଏଚଜିଗ୍ରୁପର ପ୍ରେସିଡେଣ୍ଟ ନମିତା ସାହୁଙ୍କ ନାମରେ ଅଭିଯୋଗ ନେଇ ଗ୍ରୁପର ଅନ୍ୟ ସଦସ୍ୟାମାନେ ବ୍ଲକ୍ ଅଫିସ୍‌ରେ ଧାରଣା ଦେଇଥିଲେ । ଅଭିଯୋଗ ଥିଲା ଶ୍ରୀମତୀ ସାହୁ ଗ୍ରୁପ୍ ସଭ୍ୟାମାନଙ୍କ ଜମା ଟଙ୍କା ଆତ୍ମସାତ କରିଛନ୍ତି । ସେ ଟଙ୍କା ଫେରାନ୍ତୁ ଏବଂ ତାଙ୍କୁ ସିଆର୍‌ପି ପୋଷ୍ଟରେ ନିଯୁକ୍ତି ଦିଆନଯିବା ଦାବିରେ ଏହି ଧାରଣା ଚାଲିଥିଲା । ଦୀର୍ଘ ସମୟ ଧରି ମହିଳାମାନେ ଧାରଣା ଦେଇଥିବାବେଳେ ଖବର ସଂଗ୍ରହ କରିବା ନିମନ୍ତେ କିଛି ଗଣମାଧ୍ୟମ ପ୍ରତିନିଧି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏସଏଚଜି ଗ୍ରୁପ ସଦସ୍ୟାଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ପରେ ବିଡିଓ ହେମନ୍ତ କୁମାର ମହନ୍ତଙ୍କ ପ୍ରତିକ୍ରିୟା ନେବାପାଇଁ ତାଙ୍କୁ ଭେଟିଥିଲେ । ତେବେ ଗଣମାଧ୍ୟମ ପ୍ରତିନିଧିମାନେ ବିଡିଓଙ୍କ ଏସଏଚଜି ଗ୍ରୁପ ସମ୍ପର୍କରେ ପଚାରିବା କ୍ଷଣି ଚିହିଙ୍କି ଉଠିଥିଲେ ବିଡିଓ ମହାଶୟ । ପ୍ରତିକ୍ରିୟା ଦବା ବଦଳରେ ନାଲିଆଖି ଦେଖାଇ ଗଣମାଧ୍ୟମ ମାନଙ୍କ ବୁମ୍‌କୁ ଟାଣି ଫୋପାଡି ଦେଇଥିଲେ । ବିଡିଓଙ୍କ ଏହିପରି ବ୍ୟବହାରରେ ସାମ୍ବାଦିକ ଗହଣରେ ବହୁ ଅସନ୍ତୋଷ ପ୍ରକାଶ ପାଉଛି । ତେବେ ଏ ନେଇ ଜିଲ୍ଲାପାଳ ଓ ଫାଇପ-ଟି ସଚିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକଙ୍କ ମହଲରେ ନିବେଦନ କରାଯାଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି