ବିପଦ ସାଜିଛି ମୁକୁଳା ଡ୍ରେନ, ସ୍ଲାବ ପଡ଼ିବା ନେଇ ପ୍ରଶ୍ନବାଚୀ

ବିପଦ ସାଜିଛି ମୁକୁଳା ଡ୍ରେନ, ସ୍ଲାବ ପଡ଼ିବା ନେଇ ପ୍ରଶ୍ନବାଚୀ

ବିପଦ ସାଜିଛି ମୁକୁଳା ଡ୍ରେନ, ସ୍ଲାବ ପଡ଼ିବା ନେଇ ପ୍ରଶ୍ନବାଚୀ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର (ଏନ୍‍.ଏମ୍‍.): କଟକ ମହାନଗର ନିଗମ ଦିନକୁ ଦିନ ଉନ୍ନତିର ସୋପାନରେ ରହିଥିବାବେଳେ ସହରର ଗ୍ରୀନଫିଲ୍ଡ କୁହାଯାଉଥିବା ୬ଟି ଯାକ ୱାର୍ଡ଼ରେ ଜନସାଧାରଣ ଆଜିବି ମୌଳିକ ସୁବିଧାରୁ ବଞ୍ôଚତ ହୋଇଛନ୍ତି । କେଉଁ ପାନୀୟ ଜଳ ତ ଆଉ କେଉଁଠି ରାସ୍ତାଘାଟ ଆଲୋକିଗରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ବିଶେଷ କରି ପରବର୍ତ୍ତୀ ସମୟରେ ବିଭିନ୍ନ ପଞ୍ଚାୟତରୁ କଟକ ମହାନଗର ନିଗମରେ ସାମିଲ ହୋଇଥିବା ୱାର୍ଡ଼ଗୁଡ଼ିକରେ ଏ ଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ତେବେ ଏହି ସବୁ ୱାର୍ଡ଼ ଅଞ୍ଚଳରେ ସିଏମସି ମୌଳିକ ସୁବିଧା ଯୋଗାଇବାକୁ ବିଫଳ ହୋଇଥିବାବେଳେ ଏବେ ମୁକୁଳା ଡ୍ରେନ ଆଉ ଏକ ସମସ୍ୟା ସୃଷ୍ଟି କରୁଛି । ମୁକୁଳା ଡ୍ରେନ ଯୋଗୁଁ ବୁଲାଗୋରୁ, କୁକୁର ଠାରୁ ଆରମ୍ଭ କରି ଉକ୍ତ ରାସ୍ତା ଦେଇ ଯାଉଥିବା ବାଇକ ଆରୋହି ମଧ୍ୟ ଦୁର୍ଘଟଣାର ଶିକାର ହୋଇଛି । ତେବେ ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ରେ ସିଏମସି କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିନଥିବା ବେଳେ ଏଥି ପାଇଁ ଆସୁଥିବା ରାଜସ୍ୱ ବାଟବଣା ହେଉଥିବା ଅଭିଯୋଗ ହୋଇଛି । ତେବେ ଏହି ଅଞ୍ଚଳରେ ମୁକୁଳା ଡ୍ରେନ ଉପରେ ସିଏମସି ତୁରନ୍ତ ସ୍ଲାପ ପକାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, କଟକ ମହାନଗର ନିଗମ ଅର୍ନ୍ତଭୁକ୍ତ ୪୮ନମ୍ବର ୱାର୍ଡରେ ମୁକୁଳା ଡ୍ରେନ ଯୋଗୁଁ ସ୍ଥାନୀୟ ବାସିନ୍ଦା ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସିଏମସି ତଥା ଜିଲ୍ଲାପ୍ରଶାସନ ପକ୍ଷରୁ ପକ୍ଷରୁ ରାସ୍ତା ଓ ଡ୍ରେନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ମୁକୁଳା ଡ୍ରେନରେ କେବେ ସ୍ଲାବ ପଡ଼ିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏହି ରାସ୍ତାର ପ୍ରସ୍ଥ କମ ଥିବାରୁ ଓ ସ୍ଥାନୀୟ ଲୋକ ଘର କାମ ପାଇଁ ବାଲି ଗୋଡି ରାସ୍ତା ଉପରେ ପକାଇ ଦେଉଛନ୍ତି । ଫଳରେ ରାସ୍ତାର ପ୍ରସ୍ଥ ଆହୁରି ହ୍ରାସ ପାଇବା ଫଳରେ ସେହିରାସ୍ତା ଦେଇ ଯାଉଥିବା ସ୍କୁଲ ପିଲା ଓ ଗାଇଗୋରୁ ମାନେ ଏହି ମୁକୁଳା ଡ୍ରେନରେ ପଡି ଆହତ ହେଉଛନ୍ତି । ତେବେ ସିଏମସି ଏ ନେଇ କୌଣସି ପଦକ୍ଷେପ ନନେବା ଯୋଗୁଁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ସେହିଭଳି ଏହି ୱାର୍ଡରେ ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ ଡ୍ରେନ ଗୁଡିକରେ ସ୍ଲାବ ପଡିନଥିବାରୁ ବୁଲା ଗାଇ ଗୋରୁ ଆଦି ଆହତ ହେଉଛନ୍ତି । ଫକୀରପୁର ମଙ୍ଗଳା ଗଡା ଠାରୁ ଆରମ୍ଭ ହୋଇ ଭୁବନପୁର କେନାଲ ବନ୍ଧ ପର୍ଯ୍ୟନ୍ତ ଏହି ମୁକୁଳା ଡ୍ରେନଟି ଯାଇଥିବାବେଳେ ଏହି ରାସ୍ତା ଦେଇ ଭୂବନପୁର ପ୍ରାଥମିକ ବିଦ୍ୟାଳୟ, ଭାରତୀୟ ବିଦ୍ୟା ନିକେତନ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ବହୁ କୁନିକୁନି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବାବେଳେ ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ବର୍ଷାଦିନେ ରାସ୍ତା ଉପରେ ଡ୍ରେନ ପାଣି ଓ ବର୍ଷା ଜଳ ମଶିଯିବାରୁ ରାସ୍ତା ନଜାଣି ପାରି ବହୁ ଛାତ୍ରଛାତ୍ରୀ ଏହି ମୁକୁଳା ଡ୍ରେନରେ ପଡି ଯାଉଥିବା ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ବର୍ଷାଦିନ ପୂର୍ବରୁ ଏହି ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ