ବିଜେଡ଼ିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ
ଭୁବନେଶ୍ୱର(ଏନ୍.ଏମ୍.): ବିଜୁ ମହିଳା ଜନତା ଦଳ (ବିଜେଡ଼ି)ର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ କରାଯାଇଛି । ବିଜେଡ଼ି ଦଳର ସଭାପତି ତଥା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସବୁ ନିଯୁକ୍ତି ଦେଇଛନ୍ତି ।
ବିଜେଡି ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀ ଦଳର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବାବେଳେ । ସେହିପରି ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି । କସ୍ତୁରୀ ମହାପାତ୍ର ମହାସଚିବ ଭାବେ ନିଯୁକ୍ତି ପାଇଥିବା ବେଳେ କୋଷାଧ୍ୟକ୍ଷ ଦାୟିତ୍ୱ ଜୟଶ୍ରୀ ଦାସଙ୍କୁ ଦିଆଯାଇଛି । ସେହିପରି ମାନସୀ ସୁନ୍ଦରରାୟଙ୍କୁ ସୋଶାଲ୍ ମିଡିଆ ସଂଯୋଜକ କରାଯାଇଛି । ୭ ଜଣଙ୍କୁ ଜୋନ୍ ସଭାପତି କରାଯାଇଛି । ଭୁବନେଶ୍ୱର ଜୋନ୍ ପାଇଁ ରଞ୍ଜୁଲତା ରାୟଙ୍କୁ ସଭାପତି କରାଯାଇଥିବା ବେଳେ ଶୁଭଶ୍ରୀ ଦାସଙ୍କୁ କଟକ, ବୀଣାପାଣି ସାହୁଙ୍କୁ ବାଲେଶ୍ୱର, ସବିତା ଆଚାର୍ଯ୍ୟଙ୍କୁ ସମ୍ବଲପୁର, କଲ୍ୟାଣୀ ନାୟକଙ୍କୁ ବଲାଙ୍ଗିର, ମମତା ବିଷୋୟୀଙ୍କୁ ଗଞ୍ଜାମ ଓ ରୀତା ପାଣିଗ୍ରାହୀଙ୍କୁ କୋରାପୁଟ ଜୋନ ସଭାପତି ଭାବେ ନିଯୁକ୍ତ କରାଯାଇଛି । ବରିଷ୍ଠ ଉପସଭାପତି ଭାବେ ୯ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୨୭ ଜଣଙ୍କୁ ଉପସଭାପତି ଭାବେ ଦାୟିତ୍ୱ ମିଳିଛି । ସନ୍ଧ୍ୟାରାଣୀ ବିଶ୍ୱାଳ, ସଂଯୁକ୍ତା ମହାନ୍ତି, ପଦ୍ମିନୀ ଶେଖର ଦେଓ, ଜ୍ୟୋତି ପାଣିଗ୍ରାହୀ, ନିବେଦିତା ନାୟକ, କନକପ୍ରଭା ଲେଙ୍କା, ପ୍ରଭାସିନୀ ନନ୍ଦ, ସଂଯୁକ୍ତା ମହଲ ଓ ଉମିଲତା ଦାସ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ପାଇଛନ୍ତି । ସେହିଭଳି ୩୫ ଜଣଙ୍କୁ ସାଧାରଣ ସମ୍ପାଦକ, ୩୬ ଜଣଙ୍କୁ ସମ୍ପାଦକ ଓ ୨୮ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଳେ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି । ତେବେ ଏଥିରୁ ଅରୁଣ ସାହୁ ଓ ସଞ୍ଜୟ ଦାସ ବର୍ମାଙ୍କ ଭଳି ନେତାଙ୍କୁ ବାଦ୍ ଦିଆଯାଇଛି । ସେହିପରି ବଲାଙ୍ଗିର ରାଜପରିବାର ମଧ୍ୟ ନିରାଶ ହୋଇଛି । ବିକ୍ରମ କେଶରୀ ଆରୁଖ, ଦେବୀପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଓ ମହେଶ୍ୱର ମହାନ୍ତିଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ବିକ୍ରମ କେଶରୀ ଆରୁଖ ନିଯୁକ୍ତି ପାଇଥିବା ବେଳେ ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସେହିଭଳି ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, କଲାଙ୍ଗିର ଓ ବରଗଡ଼ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବା ବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ପୁନଶ୍ଚ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ମହେଶ୍ୱର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ମିଳିଛି ।
ସେହିପରି ପର୍ଯ୍ୟବେକ୍ଷକ ଭାବେ ଅନୁଗୋଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର– ପ୍ରତାପ କେଶରୀ ଦେବ, ବରଗଡ଼- ସୁଧୀର କୁମାର ସାମଲ, ଭଦ୍ରକ– ପ୍ରଣବ ବଳବନ୍ତରାୟ, ବଲାଙ୍ଗିର- ସୁଶାନ୍ତ ସିଂହ, ବୌଦ୍ଧ– ସୌଭାଗ୍ୟ ନାୟକ, କଟକ- ଉଷା ଦେବୀ, ଦେବଗଡ଼– ସୁଶାନ୍ତ ସିଂହ, ଢେଙ୍କାନାଳ- ବିଜୟ ନାୟକ, ଗଜପତି- ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ- ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର– ସମୀର ରଞ୍ଜନ ଦାଶ, ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା– ସୁବାସ ସିଂହ, କଳାହାଣ୍ଡି- ନବ କିଶୋର ଦାସ, କନ୍ଧମାଳ– ପ୍ରତାପ ଜେନା, କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ, କେନ୍ଦୁଝର– ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା- ପ୍ରମିଳା ମଲ୍ଲିକ, କୋରାପୁଟ– ଚନ୍ଦ୍ର ସାରଥୀ ବେହେରା, ମାଲକାନଗିରି- ଚନ୍ଦ୍ର ସାରଥୀ ବେହେରା, ମୟୂରଭଞ୍ଜ– ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର- ତୁଷାରକାନ୍ତି ବେହେରା, ନୟାଗଡ଼– ପଦ୍ମନାଭ ବେହେରା, ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର, ପୁରୀ– ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା– ଅତନୁ ସବ୍ୟସାଚୀ ନାୟକ,ସମ୍ବଲପୁର– ନଳିନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର– ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ଼– ପ୍ରୀତିରଞ୍ଜନ ଘଡ଼େଇଙ୍କ ଦାୟିତ୍ୱ ଦିଆଯାଇଛି । ତେବେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଏହି କର୍ମକର୍ତ୍ତାଙ୍କ ମଧ୍ୟରେ ସ୍ଥାନ ଦିଆଯାଇନଥିବା ଜଣାପଡ଼ିଛି ।