ବାସୁଦେବପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି: ଅସନ୍ତୋଷ ଅଞ୍ଚଳବାସୀ

ବାସୁଦେବପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି: ଅସନ୍ତୋଷ ଅଞ୍ଚଳବାସୀ

ବାସୁଦେବପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି: ଅସନ୍ତୋଷ ଅଞ୍ଚଳବାସୀ

News by Ananda prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ରାଜ୍ୟରେ ସ୍ୱଚ୍ଛତା, ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ପରିବର୍ତ୍ତନ ଓ ସମୟସୀମା ଆଦିକୁ ନେଇ ଫାଇପ-ଟି ଅନୁଯାୟୀ ସମସ୍ତ କାର୍ଯ୍ୟ କରିବାକୁ ରାଜ୍ୟସରକାର ଅଣ୍ଟା ଭିଡ଼ିଛନ୍ତି । ଫଳରେ ରାଜ୍ୟର ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ଠିକ୍ ଭାବେ ପହଞ୍ଚାଇବା ସହ ସ୍ୱଚ୍ଛ ଶାସନ ପାଇଁ ରାଜ୍ୟସରକାର ଅବିରତ ଉଦ୍ୟମ ଜାରି ରଖିଛନ୍ତି । ମାତ୍ର କିଛି ପ୍ରଶାସନିକ ଅଧିକାରୀଙ୍କ ବେପରୁଆ ମନୋଭାବ ତଥା ଅହଙ୍କାର ଯୋଗୁଁ ସରକାରଙ୍କ ସ୍ୱଚ୍ଛ ଶାସନ ଦିଗହରା ହେଉଥିବା ଅଭିଯୋଗ ଉଠିଛି । କେଉଁଠି ଜନସାଧାରଣଙ୍କ ଉପରେ ପ୍ରଶାସନିକ ଅଧିକାରୀଙ୍କ ଦାଦାଗିରି ଦେଖିବାକୁ ମିଳୁଛିତ ଆଉ କେଉଁଠି ହିତାଧିକାରୀଙ୍କ ଅଭିଯୋଗର ଲମ୍ବା ତାଲିକା । ଫଳରେ ରାଜ୍ୟପାଇଁ ସୁନେଲି ସ୍ୱପ୍ନ ଦେଖୁଥିବା ସରକାରଙ୍କ ପ୍ରତ୍ୟେକ ଜନହିତକର ଯୋଜନା ଦିଗହରା ହେଉଥିବା ଜଣାପଡ଼ିଛି । ତେବେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ବିଭିନ୍ନ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବାସୁଦେବ ପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି ସମୟରେ ଏହାକୁ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଏଠାରେ “ଅଭିଯୋଗ ମାଳ ମାଳ କିନ୍ତୁ କାମ ଦୁର୍ବଳ’ ସରକାରଙ୍କର ଏହି କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ହିତାଧିକାରୀଙ୍କ ଅଭିଯୋଗ କେତେ ମାତ୍ରରେ ସମାଧାନ ହେଉଛି ସେଇଟା ସାଧାରଣରେ ପ୍ରଶ୍ନ । ଲୋକମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା ରହିଛି ରହିବ ବି ମଧ୍ୟ । ହେଲେ ଲୋକମାନଙ୍କର କହିବାଅନୁଯାୟୀ ସରକାରଙ୍କ ଏହା ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମ । କିନ୍ତୁ ଏହା ଲୋକମାନଙ୍କ ପାଇଁ ପ୍ରହସନ ନୁହେଁ ତ? ବିଭିନ୍ନ ପ୍ରକାରର ଅଭିଯୋଗ ନେଇ ଅଭିଯୋଗ କାରୀମାନେ ଆସୁଛନ୍ତି ହେଲେ ଲୋକମାନଙ୍କର ସେହି ଗୋଟିଏ କଥା ଅଭିଯୋଗ ପରେ ମଧ୍ୟ ସମାଧାନ ଶୂନ । ଆମ ଅଭିଯୋଗ ସରକାରୀ ବାବୁମାନଙ୍କର ଫାଇଲ୍ ତଳେ ଚାପି ହୋଇ ରହିଯାଉଛି । ଅଭିଯୋଗ ତ ଆସିବ ସମାଧାନ ବି ହେବ ହେଲେ ସମାଧାନ କରିବା ପାଇଁ ସରକାରୀ ବାବୁମାନଙ୍କର ଆନ୍ତରିକତା ରହିବା ଦରକାର । ଲୋକମାନଙ୍କର କହିବା ମୁତାବକ ଆମେ କେତେ ଆଶା ନେଇ ସମୟ ସାରି ଆମେ ଅଭିଯୋଗ କରିବା ପାଇଁ ଆସୁଛୁ କିନ୍ତୁ ଏଥର ସମାଧାନ ହେବ କି ନା ଆମ୍ଭେ ଜାଣିନାହୁଁ । ଏଥିରେ ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ କାରୀମାନେ ଆସିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବାର୍ଦ୍ଧକ୍ୟ ଭତ୍ତା ପୁଣି ରାସନ କାର୍ଡର ସମସ୍ୟା ବାରମ୍ବାର ଅଭିଯୋଗ ପରେ ପ୍ରଶାସନିକ ପଦକ୍ଷେପ ନିଆଯାଉନାହିଁ । ପୁନଶ୍ଚ ବାସୁଦେବପୁରରେ ଏକ ଗୋଶଳା ଘର ନିର୍ମାଣ ପାଇଁ ବଜରଙ୍ଗ ଦଳ ତରଫରୁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବି ପ୍ରଦାନ କରାଯାଇଛି । ତେବେ ଜିଲ୍ଲାପାଳ ଏ ନେଇ କି ପଦକ୍ଷେପ ନେଉଛନ୍ତି ତାହା ସମୟକୁ ଅପେକ୍ଷା । ତେବେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକାରୀ ବରୁଣ ଗୁଣ୍ଡୁପାଲି, ଉପଜିଲ୍ଲାପାଳ ମନୋଜ ପାତ୍ର, ବାସୁଦେବପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟଜିତ ରାଉତ ଓ ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ