ବାରବାଟୀରେ ଇଣ୍ଡିଆ ସାଉଥ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଓସିଏର ପ୍ରସ୍ତୁତି ବୈଠକ
କଟକ(ଏନ୍.ଏମ୍.): ଚଳିତ ବର୍ଷ କଟକ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ ସହିତ ସାଉଥ ଆଫ୍ରିକାର ଟି-୨୦ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦର୍ଶକମାନଙ୍କୁ ନେଇ ମ୍ୟାଚ ହେବା ପାଇଁ ମୁଖ୍ୟମନ୍ତ୍ରୀ, ଏସଆରସି ଏବଂ କ୍ରୀଡା ସଚିବଙ୍କୁ ଓସିଏ ଚିଠି କରିଛି । ତେବେ ସରକାର ଏ ନେଇ ଖୁବଶୀଘ୍ର ଅନୁମତି ପ୍ରଦାନ କରିବେ ବୋଲି ଓସିଏ ଆଶା ରଖିଥିବା ସମ୍ପାଦକ ସଞ୍ଜୟ ବେହେରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଚଳିତ ବର୍ଷ କରୋନା ସଂକ୍ରମଣର ଭୟ ଦୂର ହୋଇଥିବାରୁ ଏହି କ୍ରିକେଟ ମ୍ୟାଚ ପାଇଁ ଦର୍ଶକଙ୍କୁ ଅନୁମତି ମିଳିପାରେ ବୋଲି ସେହ କହିଥିଲେ । ତେବେ ଏଥର ଟିକେଟ ଦର ମଧ୍ୟ ବୃଦ୍ଧି କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି । ଦର୍ଶକ ଟିକେଟ ସହିତ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏଥି ସହିତ ବାରବାଟୀ ଷ୍ଟାଡ଼ିୟମର ୭ନମ୍ବର ଗ୍ୟାଲେରୀ ଦୀର୍ଘ ବର୍ଷ ଧରି ବିପଦ ଶଙ୍କୁଳ ଅବସ୍ଥାରେ ଥିବାବେଳେ ଏହାର ସମ୍ପୂର୍ଣ୍ଣ ମରାମତି ଶେଷ ହୋଇଛି । ଏଥି ସହିତ ବାରବାଟୀରେ ୪୪ ହଜାର ସିଟର କ୍ଷମତା ରହିଛି । ତେଣୁ ଏ ନେଇ ରାଜ୍ୟସରକାର ଅନୁମତି ପ୍ରଦାନ କଲେ ରାଜସ୍ୱ ବୃଦ୍ଧି ପାଇବ ବୋଲି କୁହାଯାଇଛି । ତେଣୁ ଦର୍ଶକ ପାଇଁ ଅନଲାଇନ ଏବଂ ଅଫଲାଇନରେ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଏଥି ସହିତ ଇଣ୍ଡିଆ ସହିତ ସାଉଥ ଆଫ୍ରିକ ଟି-୨୦ ମ୍ୟାଚ ଓଡ଼ିଶା (ବାରବାଟୀ ଷ୍ଟାଡ଼ିୟମ)ରେ ଖେଳାଯିବା ପାଇଁ ବିସିସିଆଇ ତାଲିକା ଭୁକ୍ତ କରିଥିବାରୁ କର୍ମକର୍ତ୍ତାଙ୍କୁ ଓସିଏ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।