ବାକି ପଇସା ମାଗିବାରୁ ମରଣାନ୍ତକ ଆକ୍ରମଣ: ଦୋକାନ ଉପରେ ଚଢାଇଲା ଟ୍ରକ

ବାକି ପଇସା ମାଗିବାରୁ ମରଣାନ୍ତକ ଆକ୍ରମଣ: ଦୋକାନ ଉପରେ ଚଢାଇଲା ଟ୍ରକ

ବାକି ପଇସା ମାଗିବାରୁ ମରଣାନ୍ତକ ଆକ୍ରମଣ: ଦୋକାନ ଉପରେ ଚଢାଇଲା ଟ୍ରକ

News From Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ଦୋକାନ ବାକି ଟଙ୍କା ମାଗିଲେ ବୋଲି ଦୋକାନୀ ଉପରେ ମରଣାନ୍ତକ ଆକ୍ରମଣ । ସନ୍ଧ୍ୟାରେ ଟ୍ରକ୍ ଚଢାଇ ଦୋକାନକୁ ମାଟିରେ ମିଶାଇଲା ଅଭିଯୁକ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ । ପ୍ରାପ୍ତ ସୂଚନା ଅନୁଯାୟୀ, ଜେନାପଦା ଦଳ ଗ୍ରାମର ସମୀର କୁମାର ନାୟକ(୪୦) ଗାଁ ଛକରେ ଏକ ପାନ ଦୋକାନ ସହିତ ଭେରାଇଟ ଷ୍ଟୋର କରିଥିଲେ । ସେହି ଗ୍ରାମର ଜଣେ ଡ୍ରାଇଭର ପଙ୍କଜ ନାଏକ(୩୫) ତାଙ୍କ ଠାରୁ ବିଭିନ୍ନ ସମୟରେ ଜିନିଷ ବାକିରେ ନେଇଥାନ୍ତି । ଆଜି ସକାଳୁ ପଙ୍କଜ ଉପରେ ବାକି ଥିବା ୧୬୦୦ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପଙ୍କଜ ଏକ କଟୁରୀ ଆଣି ସମୀରକୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏ ବାବଦରେ ସମୀର ଆଠଗଡ଼ ଥାନାରେ ଅଭିଯୋଗ ମଧ୍ୟ କରିଥିବା ଜଣାପଡିଛି । ସନ୍ଧ୍ୟାରେ ଅତ୍ୟଧିକ ମଦ୍ୟପାନ କରି ପଙ୍କଜ ଚଲାଉଥିବା ଏକ ୧୪ ଚକିଆ ଟ୍ରକ ଆଣି ସମୀର ଦୋକାନ ଭିତରକୁ ଚଢାଇ ଦେଇଥିଲା । ଏଥିରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଏବଂ ଜିନିଷ ନଷ୍ଟ ହେବା ସହିତ ସେଠାରେ ବସିଥିବା ପାଞ୍ଚ ଜଣ ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ଫେରାର ରହିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ