ବଜାରଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡ଼ି

ବଜାରଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡ଼ି

ବଜାରଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି


ଭୁବନେଶ୍ୱର(ଏନ୍‌.ଏମ୍‌.): ଗୋଟିଏ ପଟେ ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ଆନ୍ଦୋଳନ କରୁଥିବାବେଳେ ଅନ୍ୟପକ୍ଷରେ ବିଜେଡି ମଧ୍ୟ ଖୁବ ଶିଘ୍ର ରାସ୍ତାକୁ ଓହ୍ଲାଇବ ବୋଲି ଘୋଷଣା କରିଛି । ଗୋଟିଏ ପଟେ ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ଦୁଃଖ ପ୍ରକାଶ କରିଥିବାବେଳେ ଏ ନେଇ ତଦନ୍ତ ଚାଲିଛି ଓ ଅପରାଧୀ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ବିଜେଡି କହିଛି । ତେଣୁ ବିରୋଧୀମାନେ ନୈତିକତାର ପାଠ ପଢ଼ାଇବା ବନ୍ଦ କରନ୍ତୁ । ମୁଖ୍ୟମନ୍ତ୍ରୀ କ’ଣ ସାରା ଓଡ଼ିଶା ଜାଣିଛି । ସେ କେବେବି ଅପରାଧ ଓ ଦୁର୍ନୀତିକୁ ପ୍ରଶୟ ଦେଇ ନାହାନ୍ତି । ଅତୀତରେ ରାଜ୍ୟବାସୀ ମଧ୍ୟ ଏହାର ଯଥେଷ୍ଟ ପ୍ରମାଣ ପାଇ ସାରିଛନ୍ତି । ତେବେ ସମ୍ପ୍ରତି ଦରଦାମ ଯେଉଁ ବୃଦ୍ଧି ପାଉଛି ପ୍ରତି ମୃହୃର୍ତ୍ତରେ ଜନସାଧାରଣ ଯେଉଁ ହଇରାଣ ହେଉଛନ୍ତି ସେଥିପାଇଁ କାହାରି ନିଘା ନଥିବା ଦୁର୍ଭାଗ୍ୟ ଜନକ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଦେଶରେ ଦରବୃଦ୍ଧି ଯେଉଁଭଳି ବୃଦ୍ଧି ପାଇଛି ସେଥିପାଇଁ କେନ୍ଦ୍ର ସରକାର ହିଁ ଦାୟୀ ବୋଲି ବିଜେଡିର ବହୁ ନେତା ଅଭିଯୋଗ ଆଣିଛନ୍ତି । ତେଣୁ ବିଜେଡି ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରାଯିବ ବୋଲି ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ଓ ପ୍ରତାପ ଦେବ ସୂଚନା ଦେଇଛନ୍ତି । ବିଜେଡି ପକ୍ଷରୁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦିଆଯିବ । ଏହାପରେ ନଭେମ୍ବର ୧ରୁ ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ଆନ୍ଦୋଳନ କରାଯିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ମଧ୍ୟ ଆନ୍ଦୋଳନ କରିବ ମହିଳା ବିଜେଡି; ୫ରୁ ୭ ଯାଏଁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ