ଫ୍ଲାଟ ଯୋଗାଇଦେବା କ୍ଷେତ୍ରରେ ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ଼ର ମହାଠକେଇ ଅଭିଯୋଗ

ଫ୍ଲାଟ ଯୋଗାଇଦେବା କ୍ଷେତ୍ରରେ ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ଼ର ମହାଠକେଇ ଅଭିଯୋଗ

ଫ୍ଲାଟ ଯୋଗାଇଦେବା କ୍ଷେତ୍ରରେ ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ଼ର ମହାଠକେଇ ଅଭିଯୋଗ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡର ସିଲଭର ଲାଇନିଂ ଆପାର୍ଟମେଣ୍ଟ ପାଇଁ ଘର କିଣିଥିବା ଗ୍ରାହକମାନେ ସଂସ୍ଥା ଦ୍ୱାରା ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏପରିକି ଉକ୍ତ ସଂସ୍ଥା ବ୍ରୋଚର ମାଧ୍ୟମରେ ଗ୍ରାହକମାନଙ୍କ ନିମନ୍ତେ ଯେଉଁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଘୋଷଣା କରିଥିଲେ ସେତେକ ମଧ୍ୟ ଯୋଗାଇଦେଲେ ନାହିଁ । ଫଳରେ ସଂସ୍ଥା କର୍ତ୍ତୃପକ୍ଷ ଫ୍ଲାଟ କ୍ରେତାମାନଙ୍କୁ ବିଭିନ୍ନ ଉପାୟରେ ଶୋଷିତ ହେଉଥିବା ନେଇ ଆଜି କ୍ରେତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ଏ ନେଇ କ୍ରେତାମାନେ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ କୌଣସି ସୁଫଳ ନପାଇ ନ୍ୟାୟ ପାଇବା ପାଇଁ ସିଏମସି ୟୁସି କୋର୍ଟ, ମାନବାଧିକାର କମିଶନ ଏବଂ ଓରେରାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଏସବୁ ସ୍ଥାନରେ ମାମଲା ବିଚାରଧୀନ ଥିବାବେଳେ ସଂସ୍ଥା କର୍ତ୍ତୃପକ୍ଷ ଚଞ୍ଚକତା କରି ସିଡିଏର ପ୍ଲାନିଂ ମେମ୍ବର ଓ କିଛି ଅଧିକାରୀଙ୍କୁ ହାତରେ ରଖି ଦୁର୍ନୀତିର ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ଆଣିବା ସହ ଏ ନେଇ କ୍ରେତାମାନେ ୫ଟି ସଚିବ, ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।
ସୂଚନା ଅନୁଯାୟୀ, ଉକ୍ତ ସଂସ୍ଥା ୨୦୦୮ ମସିହାରୁ ପ୍ରୋଜେକ୍ଟ ଆରମ୍ଭ କରିବା ସହ ପ୍ଲଟ ବୁକିଂ ମଧ୍ୟ ଆରମ୍ଭ କରିଥିଲା । ତେବେ ପର୍ଯ୍ୟାୟ କ୍ରମେ ୨୦୧୨ ମସିହା ପର୍ଯ୍ୟନ୍ତ ଲୋକେ ପ୍ଲଟ ବୁକିଂ କରିଥିଲେ । ସଂସ୍ଥାର ଘୋଷଣା ଅନୁଯାୟୀ ସାଢ଼େ ୩ବର୍ଷ ମଧ୍ୟରେ ଅର୍ଥାତ ୨୦୧୫ ମସିହା ସୁଦ୍ଧା ପଜେସନ ଦେବା କଥା । ମାତ୍ର ସଂସ୍ଥାର କାଳକ୍ଷେପଣ ନୀତି ତଥା ଗ୍ରାହକଙ୍କ ଅସନ୍ତୋଷ ଯୋଗୁଁ ସଂସ୍ଥା ୨୦୧୮ରୁ ପଜେସନ ଦେବା ଆରମ୍ଭ କରିଥିଲା । ହେଲେ ସମସ୍ତ ପ୍ରକାର ଅନୁମତି ସହ ପ୍ରୋଜେକ୍ଟ ଶେଷ ହେବା କଥା କହି ଆମ୍ଭମାନଙ୍କ ଠାରୁ ପ୍ଲଟ ବାବଦ ଅର୍ଥ ନେଇଥିଲେ ସୁଦ୍ଧା ପ୍ରୋଜେକ୍ଟ କାମ ସମ୍ପୂର୍ଣ୍ଣ ହୋଇ ନାହିଁ । ପୁନଶ୍ଚ ସିଡିଏ, ସିଏମସି, ଅଗ୍ନିଶମ ତଥା ଅନ୍ୟାନ୍ୟ ବିଭାଗର ଗାଇଡ ଲାଇନକୁ ଏଠାରେ ସମ୍ପୂର୍ଣ୍ଣ ଉଲଙ୍ଘନ କରାଯାଇଛି । ଫଳରେ ଗ୍ରାହକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୁନଶ୍ଚ ସଂସ୍ଥା ପକ୍ଷରୁ ଏଠାରେ ଘର ନେଲେ ଯେଉଁସବୁ ସୁବିଧା ମିଳିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯାଇ ନାହିଁ । ପୁନଶ୍ଚ ସଂସ୍ଥା କର୍ତ୍ତୃପକ୍ଷ ଫ୍ଲାଟ ରେଜିଷ୍ଟେସନ ପାଇଁ ଫ୍ଲାଟ ମୂଲ୍ୟର ୧ପ୍ରତିଶତ ଟଙ୍କା ରେଜିଷ୍ଟେସନ ଚାର୍ଜ ବିନା କାଗଜପତ୍ରରେ ଜବରଦସ୍ତ ନେଇଗଲେ । ଏଠାରେ ବିଦ୍ୟୁତ ମିଟର ଲାଗିବା ନିମନ୍ତେ ସଂସ୍ଥା କର୍ତ୍ତୃପକ୍ଷ ୪୦ରୁ ୪୫ ହଜାର ଟଙ୍କା ମଧ୍ୟ ନେଇଥିଲେ । କିନ୍ତୁ ଟିପିସିଡିଏଲ ପାଖରେ ଗ୍ରାହକଙ୍କ ନାମରେ ମାତ୍ର ୪ରୁ ୫ହଜାର ଟଙ୍କା ଲେଖାଏ ଦାଖଲ କରି ଅବଶିଷ୍ଟ ଟଙ୍କା ଆତ୍ମସାତ କରିଥିବା କ୍ରେତାମାନେ ଅଭିଯୋଗ କରିଛନ୍ତି । ଉକ୍ତ ସଂସ୍ଥା ୧୨୦ଜଣ କ୍ରେତାଙ୍କୁ ବିଭିନ୍ନ ଉପାୟରେ ଠକେଇ କରିଥିବା ଅଭିଯୋଗ ହୋଇଛି । ଏପରିକି ସିଡିଏ, ସିଏମସି, ଅଗ୍ନିଶମ ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନୀତି ନିୟମକୁ ଉଲଙ୍ଘନ କରାଯାଇ ବିଲଡର ଦ୍ୱାରା ବେଆଇନ ନିର୍ମାଣ ଓ ଅତିକ୍ରମଣ କରାଯାଇଛି । ଏଥିସହିତ କ୍ରେତାମାନଙ୍କ ବିରୋଧ ସତ୍ତ୍ୱେ ୨୦୨୨ ଅକ୍ଟୋବର ୨୦ତାରିଖରେ ବିଲଡର ଇଚ୍ଛାନୁଯାୟୀ ସିଡିଏ ପ୍ଲାନିଂ ମେମ୍ବର ତାହାକୁ ସବୁ ପ୍ରକାର ନୀତି ନିୟମକୁ ଜଳାଞ୍ଜଳି ଦେଇ ରିଭାଇଜ ପ୍ଲାନକୁ ରେଗୁଲାଇଜ କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହା ସିଡିଏ ପ୍ଲାନିଂ ମେମ୍ବରଙ୍କ ଖାମଖିଆଲି, କାର୍ଯ୍ୟରେ ଅବହେଳା ତଥା ଦୁର୍ନୀତିର ସ୍ପଷ୍ଟ ଚିତ୍ର ବାରି ହୋଇ ପଡ଼ୁଛି ବୋଲି ସାମ୍ବାଦିକ ସମ୍ମିଳନରେ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିକାଶ ଛାଫୋଲିଆ, ସଞ୍ଜୟ ଚୌଧୁରୀ, ରାଜେଶ ଅଗ୍ରୱାଲ, ଡକ୍ଟର ରାଜେଶ ଦୋରା, କେତନ ଗୋରା, ହରଗୋପାଲ ମହେଶ୍ୱରୀ ପ୍ରମୁଖ ଶତାଧିକ କ୍ରେତା ଉପସ୍ଥିତ ଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ