ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

News by Kanhu Charan Panda (Jagatpur)

#କଟକ(ଏନ୍‌.ଏମ୍‌.): ମହିଳାମାନଙ୍କୁ ନେଇ ଏସ୍‌ଏଚ୍‌ଜି ଗ୍ରୁପ ଲୋନ କରାଇଦେବା କହି ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇ ଜଣେ ଯୁବକ ଫେରାର ହୋଇଯାଇଛି । ସାଧାରଣ ନିରୀହ ମହିଳାମାନଙ୍କୁ ଗ୍ରୁପ୍ ଲୋନ୍ ଦେବା ଲାଳସା ଦେଖାଇ ଜଗତପୁର ଅଞ୍ଚଳରେ ଏଭଳି କିଛି ଦଲାଲ୍ ମାତିଥିବା ଜଣାପଡ଼ିଛି । ପ୍ରତି ଗ୍ରୁପରେ ୧୦ ଜଣ ମହିଳାଙ୍କୁ ରଖି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ନାମରେ ୫ ହଜାର ଟଙ୍କା ନିଆଯାଉଛି । ଗରିବ ମହିଳାମାନଙ୍କୁ ଲକ୍ଷାଧିକ ଟଙ୍କା ଲୋନର ଲାଳସା ଦେଖାଇ ନିଜକୁ ଏକ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ ଏଭଳି ଠକେଇ କରିବାରେ ଲାଗିଛନ୍ତି । ତେବେ ଠକାମୀର ଶିକାର ହୋଇଥିବା କିଛି ମହିଳା ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣଙ୍କ କିଛି ଦିନ ପୂର୍ବେ ଚୌଦ୍ୱାର, ଶଙ୍କରପୁର, ମୁଣ୍ଡମାଳ ଭଳି ବିଭିନ୍ନ ଅଞ୍ଚଳରୁ ଏଭଳି ଟଙ୍କା ଠକିଥିଲା ବେଳେ ଏବେ ଜଗତପୁରରରେ ଏହି କାରନାମା ଚଳାଇଥିବା ଜଣାପଡ଼ିଛି । ତୁରନ୍ତ ସଂପୃକ୍ତ ଠକକୁ ଗିରଫ କରିବାକୁ ସଞ୍ଜୁକ୍ତା ଦେବତା, ତିଳୋତ୍ତମା ଦେହୁରୀ, ସବିତା ସ୍ୱାଇଁ, କୁନି ନାୟକ, ନିରୁପମା ମହାନ୍ତି, ନିରୁପମା ଦାସ, ରିନା ଦେହୁରୀ, ନିବେଦିତା ଜେନା, ସାବିତ୍ରୀ ଲେଙ୍କା, ସୁମିତ୍ରା ଶୁକ୍ଳ ପ୍ରମୁଖ ମିଳିତ ଭାବେ ଏତଲା ଦେଇଛନ୍ତି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ