ଫଟୋ ସାମ୍ବାଦିକ ପଦ୍ମଲୋଚନଙ୍କ ମାତୃ ବିୟୋଗ

ଫଟୋ ସାମ୍ବାଦିକ ପଦ୍ମଲୋଚନଙ୍କ ମାତୃ ବିୟୋଗ


କଟକ(ଏନ୍‌.ଏମ୍‌.): ବରିଷ୍ଠ ଫଟୋ ସାମ୍ବାଦିକ ପଦ୍ମଲୋଚନ ମିଶ୍ରଙ୍କ ମାତା ସୁହାଗିନୀ ମିଶ୍ରଙ୍କ ଜୁଲାଇ ୨୭ତାରିଖ ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା । ସେ ବରିଷ୍ଠ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ଧର୍ମପତ୍ନୀ ଥିଲେ । ଏଥି ସହିତ ସ୍ୱର୍ଗୀୟା ମିଶ୍ର ଜଣେ ମିଷ୍ଠ ଭାଷୀ, ପରୋପକାରୀ ଧର୍ମପ୍ରାଣା ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ଶ୍ରୀ ମିଶ୍ର, ଜ୍ୟେଷ୍ଠପୁତ୍ର ମଧୁସୂଦନ ମିଶ୍ର, ଜ୍ୟେଷ୍ଠ ପୁତ୍ରବଧୁ ସୁଷମା ମିଶ୍ର, କନିଷ୍ଠପୁତ୍ର ପଦ୍ମଲୋଚନ, ପୁତ୍ରବଧୁ ମମତାରାଣୀ ମିଶ୍ର, ଜାମାତା ପ୍ରଶାନ୍ତ ମିଶ୍ର, କନ୍ୟା ରାଜଶ୍ରୀ ମିଶ୍ର, ନାତି ଚିନ୍ମୟ ମିଶ୍ର, ତନ୍ମୟ ମିଶ୍ରଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କ ପରଲୋକଗତ ଖବର ପାଇ ଅଞ୍ଚଳର ବହୁ ମୁରବୀ, ବୁଦ୍ଧିଜୀବୀ ସ୍ଥାନୀୟ ପିଠାପୁର ତାରାଚାନ୍ଦ ପାଟଣା ନ୍ୟୁକଲୋନୀସ୍ଥିତ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଜ୍ୟେଷ୍ଠପୁତ୍ର ମଧୁସୂଦନ ମୁଖାଗ୍ନି ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *