ପ୍ରଶାସନର ଅପହଞ୍ଚ ଇଲାକା ରାଧିକା ପାଟିକା : ବିଭିନ୍ନ ଦାବି ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପ୍ରଶାସନର ଅପହଞ୍ଚ ଇଲାକା ରାଧିକା ପାଟିକା : ବିଭିନ୍ନ ଦାବି ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପ୍ରଶାସନର ଅପହଞ୍ଚ ଇଲାକା ରାଧିକା ପାଟିକା

ବିଭିନ୍ନ ଦାବି ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

News by Maheswar Behera (Athagarh)

ଆଠଗଡ (ଏନ୍‌.ଏମ୍‌.): ଆଠଗଡ଼ ସଦର ମହକୁମା ଠାରୁ ୨୦ କିଲୋମିଟର ଏବଂ ୫୫ ନଂ ଜାତୀୟ ରାଜପଥ ଠାରୁ ମାତ୍ର ୬ କିଲୋମିଟର ଦୂର ରାଧିକା ପାଟିକା ଏବେ ବି ପ୍ରଶାସନ ଆଉ ରାଜ ନେତା ମାନଙ୍କ ପାଇଁ ଅପହଞ୍ଚ ଇଲାକା। ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ ବେଳେ ଏହି ଅଞ୍ଚଳରେ ବସବାସ କରୁଥିବା ଅନୁସୂଚୀତ ଜନଜାତି ମାନଙ୍କ ପାଇଁ ସାଧାରଣ ମୌଳିକ ସୁବିଧା ସାତ ସପନ। ଆଠଗଡ ବ୍ଲକ ରାଧା କୃଷ୍ଣ ପୁର ପଞ୍ଚାୟତ ର ଏହି ଆଦିବାସୀ ଅଧ୍ୟୁଷିତ ଗାଁ ରେ କୋଡ଼ିଏ ଟି ପରିବାର ର ପ୍ରାୟ ୧୫୦ ଲୋକ ବସବାସ କରନ୍ତି। ଏମାନଙ୍କ ପାଇଁ ଯିବା ଆସିବା କରିବାପାଇଁ ବିଲ ହୁଡା ହେଉଛି ମୁଖ୍ୟ ରାସ୍ତା। ବାଟରେ ପଡୁଥିବା ଗେଙ୍ଗୁଟି ନାଳ ଉପରେ ସେତୁ ଟିଏ ନାହିଁ। କୃଷ୍ଣ ପୁର ସଡ଼କ ସାହି,ଚଉଦ ମାଣ ଏବଂ ରାଧିକା ପାଟିକା ଗ୍ରାମ ର ମିଳିତ ସହଯୋଗ ରେ ନିଜେ ନିଜପାଇଁ ଗୋଟିଏ କାଠ ପୋଲ ନିର୍ମାଣ କରିଛନ୍ତି। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ପାଇଖାନା ପର୍ଯ୍ୟନ୍ତ, ଖାଦ୍ୟ ସୁରକ୍ଷା ଯୋଜନା ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା ପର୍ଯ୍ୟନ୍ତ ସବୁଥିରେ ଏହି ଅଞ୍ଚଳ ବାସିନ୍ଦା ଅବହେଳିତ ଅବସ୍ଥାରେ ରହିଛନ୍ତି। ଜରୁରୀ ପରିସ୍ଥିତି ରେ କାଠ ପୋଲ ଭରସା ନଚେତ ଗୁରୁତର ରୋଗୀମାନଙ୍କୁ ଖଟିଆରେ ବୋହିବା ପାଇଁ ପଡ଼ିଥାଏ। ଅଞ୍ଚଳ ର ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଙ୍କ ପର୍ଯ୍ୟନ୍ତ କେହି ବି ଥରେ ଏଠାରେ ପାଦ ପକାଇ ନାହାନ୍ତି କିମ୍ବା ଦୁଃଖ ଶୁଣିବା ପାଇଁ ଚେଷ୍ଟା କରି ନାହାଁନ୍ତି। ତେଣୁ ଆଜି ଯୁବ ସଙ୍ଗଠକ ଅଭୟ ବାରିକ ଙ୍କ ନେତୃତ୍ବରେ ଅଞ୍ଚଳ ର ଶତାଧିକ ଲୋକ ଆଠଗଡ଼ ଉପଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଞ୍ଚଳ ବାସୀ ମାନେ ଆଗାମୀ ଦିନରେ ତାଙ୍କର ଦାବି ପୁରଣ ନ ହେଲେ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ବାସନ୍ତୀ ସଏ,ସୁନା ହାଁସଦା, ସନ୍ତୋଷ ହାଁସଦା, ମାମିନା ସଏ, ଜାନକୀ ମାମଡ,ଵୀରସିଂହ ସଏ ସୀମା ତିରିଆ,ତରି ହାଁସଦା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ କୁ ସରୋଜ କୁମାର ଦାସ, ପ୍ରଶାନ୍ତ ବେହେରା,ତାପସ ରାଉତ ପ୍ରମୁଖ ପରିଚାଳନା କରିଥିଲେ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ