ପ୍ରବାସୀ ଭାରତୀୟ ସଂଘ ପକ୍ଷରୁ କୁଏତରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ

ପ୍ରବାସୀ ଭାରତୀୟ ସଂଘ ପକ୍ଷରୁ କୁଏତରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ

ପ୍ରବାସୀ ଭାରତୀୟ ସଂଘ ପକ୍ଷରୁ କୁଏତରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ


#କୁଏତ (ଏଜେନ୍ସି): ପ୍ରବାସୀ ଭାରତୀୟଙ୍କ ପକ୍ଷରୁ କୁଏତରେ ଜାତୀୟ ଜନକ ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ୧୫୪ ତମ ଜନ୍ମ ବାର୍ଷିକୀଅବସରରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ସ୍ମରଣ କରି ଶାସ୍ତ୍ରୀଙ୍କ ସରଳତା ଏବଂ ନିଷ୍ପତ୍ତି ନେବା ଦକ୍ଷତା ଯୋଗୁଁ ତାଙ୍କୁ ସାରା ଦେଶରେ ସେ ପ୍ରଶଂସିତ ବୋଲି ଅନୁଷ୍ଠାନ ପକ୍ଷରୁ ମତପ୍ରକାଶ ପାଇଥିଲା । ପ୍ରବାସୀ ଭାରତୀୟ ଓଡ଼ିଆ ସଂଘ, ୱାର୍ଲ୍ଡ ଓଡ଼ିଶା ସୋସାଇଟି ଆନ୍ତର୍ଜାତୀୟ ମାନବ ଅଧିକାରୀ ରକ୍ଷାକାରୀ ଅନୁଷ୍ଠାନର ସଭାପତି ତଥା ଭାରତ ସେବା ଦର୍ଶନର ପ୍ରତିଷ୍ଠାତା ବିଶ୍ୱରଞ୍ଜନ ସାହୁଙ୍କ ନେତୃତ୍ୱରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।
ଗାନ୍ଧିଜୀ ୨ ଅକ୍ଟୋବର ୧୮୬୯ରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନ ଗାନ୍ଧୀ ଜୟନ୍ତୀ ତଥା ଆନ୍ତର୍ଜାତୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ । ସେ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ । ଅହିଂସା ବିରୋଧର ତାଙ୍କର ଶିକ୍ଷା ସାରା ବିଶ୍ୱରେ ସସମ୍ମାନେ ସ୍ମରଣ କରାଯାଏ ବୋଲି ମତପ୍ରକାଶ ପାଇଥିଲା । ସେହିଭଳି ଲାଲ୍ ବାହାଦୁର ଶାସ୍ତ୍ରୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ । ସେ ୨ଅକ୍ଟୋବର ୧୯୦୪ରେ ଉତ୍ତର ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ଲୋକମାନେ ତାଙ୍କର ସରଳତା ଏବଂ ନମ୍ରତାର ପ୍ରଶଂସକ ଥିଲେ । ସେ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ‘ଜୟ ଜୱାନ ଜୟ କିସାନ’ ସ୍ଲୋଗାନ ଦେଇଥିଲେ ବୋଲି କୁହାଯାଇଛି । ତେବେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଶ୍ୱରଞ୍ଜନ ସାହୁ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି ଯେ, ଘୃଣା, ବିଭାଜନ ଓ ସଂଘର୍ଷର ଦିନ ଆଉ ନାହିଁ । ସମ୍ପ୍ରତି ଶାନ୍ତି, ବିଶ୍ୱାସ ଏବଂ ସହନଶୀଳତାର ନୂତନ ଯୁଗର ଅୟମାରମ୍ଭ ପାଇଁ ସମୟ ଉପଗତ ହୋଇଛି । ଚାଲନ୍ତୁ, ଆନ୍ତର୍ଜାତିକ ଅହିଂସା ଦିବସ ତଥା ଗାନ୍ଧୀଜୀଙ୍କ ଜନ୍ମଦିନରେ ତାଙ୍କର ଶାନ୍ତିର ବାର୍ତ୍ତା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଓ ସମସ୍ତଙ୍କ ପାଇଁ ଉନ୍ନତ ଭବିଷ୍ୟତ ଗଢ଼ିବା ଲାଗି ପ୍ରତିବଦ୍ଧ ହେବା । ଏଥି ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ରାଷ୍ଟ୍ରପ୍ରତି ନିଃସ୍ୱାର୍ଥପର ସେବା ଆଗାମୀ ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ଶ୍ରୀ ସାହୁ କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ