ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଠଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଧାଈପୁର ପଞ୍ଚାୟତରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଧାଈପୁର ସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ସାହୁଙ୍କ ବଦଳିକୁ ସହଜରେ ଛାତ୍ରଛାତ୍ରୀ ଗ୍ରହଣ କରି ପାରିନାହାନ୍ତି । ଶ୍ରୀ ସାହୁଙ୍କ ବଦଳି ନିର୍ଦ୍ଦେଶ ସମ୍ପର୍କରେ ସ୍କୁଲର ଛାତ୍ରଛାତ୍ରୀ ସୂଚନା ପାଇବା କ୍ଷଣି ସ୍କୁଲ ଗେଟ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ସୂଚନା ଅନୁଯାୟୀ ଶିକ୍ଷକ ଶ୍ରୀ ସାହୁ ଦୀର୍ଘ ୨୦ ବର୍ଷ ଧରି ଉକ୍ତ ସ୍କୁଲରେ ଶିକ୍ଷା ଦାନ କରି ଆସୁଛନ୍ତି । ସେ ଜଣେ ଉତ୍ତମ ଶିକ୍ଷକ ଭାବେ ଅଞ୍ଚଳରେ ବେଶ ଜଣାଶୁଣା । ଆଜି ତାଙ୍କର ଧାଈପୁର ସ୍କୁଲରୁ ତରଡିଙ୍ଗ ଗ୍ରାମ ସ୍କୁଲକୁ ବଦଳି ହେବାର ଜାଣି ସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ସମ୍ମୁଖରେ ପ୍ରତିବାଦ ସ୍ୱରୂପ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ପାଖାପାଖି ଦୁଇ ଘଣ୍ଟା ଧରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବା ପରେ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଆସି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ଛାତ୍ରମାନେ ଆନ୍ଦୋଳନରୁ ହଟିଥିଲେ । ତେବେ ଶ୍ରୀ ସାହୁଙ୍କ ବଦଳିକୁ ନେଇ ସ୍କୁଲ ପରିସରରେ ଏକ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି