ପୌର ନିର୍ବାଚନରେ ଶୃଙ୍ଖଳା ରକ୍ଷା ନେଇ କମିଶନରେଟ ପୁଲିସର ପ୍ରସ୍ତୁତି

ପୌର ନିର୍ବାଚନରେ ଶୃଙ୍ଖଳା ରକ୍ଷା ନେଇ କମିଶନରେଟ ପୁଲିସର ପ୍ରସ୍ତୁତି

ପୌର ନିର୍ବାଚନରେ ଶୃଙ୍ଖଳା ରକ୍ଷା ନେଇ କମିଶନରେଟ ପୁଲିସର ପ୍ରସ୍ତୁତି

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଆସନ୍ତା ୨୪ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏହି ଅବସରରେ କଟକ ମହାନଗର ନିଗମ(ସିଏମସି) ଓ ଚୌଦ୍ୱାର ପୌରାଞ୍ଚଳ ନିର୍ବାଚନରେ ଶୃଙ୍ଖଳା ରକ୍ଷା କରିବା ନେଇ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥି ପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ଥାନୀୟ ଇନଡୋର ଷ୍ଟାଡିୟମରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ ଡିସିପି ପ୍ରତୀକ ସିଂହ ନିର୍ବାଚନ ସମୟରେ କିଭଳି ଆଇନଶୃଙ୍ଖଳା ନିୟନ୍ତ୍ରଣ କରାଯିବ ସେନେଇ ସୂଚନା ଦେଇଥିଲେ ।
କମିଶନରେଟ ପୁଲିସ ଅନ୍ତର୍ଭୁକ୍ତ ସିଏମସି ଓ ଚୌଦ୍ୱାର ପୌରାଞ୍ଚଳର ବୁଥଗୁଡିକୁ ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ ପ୍ରତି ଥାନାକୁ ଗୋଟିଏ ଗୋଟିଏ ସେକ୍ଟରରେ ବିଭକ୍ତ କରାଯାଇଛି । ସେକ୍ଟର ଅନୁଯାୟୀ ଫୋର୍ସ ମୁତୟନ କରାଯିବ । ସମୁଦାୟ ୨୫ ପ୍ଲାଟୁନ ଫୋର୍ସ ନିୟୋଜିତ ରହିବେ । ସେହିପରି କଟକ କମିଶନରେଟ ବାହାରୁ ଡିଏସପି, ଇନ୍ସପେକ୍ଟର ପାହ୍ୟାର ୧୦୦ ଅଫିସର ରହିବେ । ବିଶେଷ କରି ୭୮ଟି ଅତି ସମ୍ବେଦନଶୀଳ ବୁଥରେ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯିବ । କଟକ ସହରାଞ୍ଚଳ ଥାନାର ସମସ୍ତ ଜୋନରେ ୨ଟି ଲେଖାଏଁ ସ୍ୱତନ୍ତ୍ର ଟିମ ମୁତୟନ କରାଯିବ । ଏହି ଟିମ ନିୟମିତ ବ୍ୟବଧାନରେ ଜୋନ ଅନ୍ତର୍ଗତ ପ୍ରତି ମତଦାନ କେନ୍ଦ୍ରକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ । କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ଉପୁଜିଲେ ଏହି ଟିମ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେହିପରି ଦୁଇ ଜଣ କମାଣ୍ଡାଣ୍ଟ ଓ ଡେପୁଟି କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କୁ ମୋବିଲାଇଜ ଅଫିସର ଭାବେ ନିୟୋଜିତ କରାଯାଇଛି । ଜିଲ୍ଲା ବାହାରୁ ଆସିଥିବା ଏହି ଅଧିକାରୀ ଦ୍ୱୟ ପାଟ୍ରୋଲିଂ ଏବଂ ବୁଥ ସୁରକ୍ଷା ଉପରେ ଗୁରୁତ୍ୱ ଦେବେ । ଇଭିଏମରେ ଭୋଟିଂ ହେଉଥିବାରୁ ପ୍ରତି ବୁଥର ପ୍ରିଜାଇଡିଂ ଅଫିସର ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଯୋଗସୂତ୍ରରେ ରହିବେ । ଯଦ୍ୱାରା କୌଣସି ପ୍ରକାର ସମସ୍ୟା ହେଲେ; ତାହାର ତୁରନ୍ତ ସମାଧାନ କରାଯାଇପାରିବ । ସେହିପରି ମହିଳାଙ୍କ ଲାଗି ହେବାକୁ ଥିବା ପିଙ୍କ ବୁଥ ଗୁଡିକରେ ମହିଳା ପୁଲିସ କର୍ମୀଙ୍କୁ ନିୟୋଜିତ କରାଯିବ । ମଙ୍ଗଳବାର ରାତିରୁ ଭୋଟ ଗଣତି ଯାଏ ରାତ୍ରିକାଳୀନ ପାଟ୍ରୋଲିଂ ଅଧିକ କଡାକଡି କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନିର୍ବାଚନୀ କଟକଣା ଉଲ୍ଲଘଂନ କରି ମଦ ବିକ୍ରି କରୁଥିବା ବେପାରୀଙ୍କୁ ଧରିବାକୁ କୁହାଯାଇଛି । ଏହାଛଡା ନିର୍ବାଚନ ଦିନ ମତଦାନ କେନ୍ଦ୍ରର ୧୦୦ ମିଟର ପରିଧି ଭିତରେ ପ୍ରାର୍ଥୀଙ୍କ ପୋଷ୍ଟର, ବ୍ୟାନର ଆଦି ହଟାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଠାରେ ଏହା ଦେଖିବାକୁ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ମତଦାନ କେନ୍ଦ୍ର କିମ୍ବା ଏହାର ଆଖପାଖ ଅଞ୍ଚଳରେ ଭିଡ ନ କରିବାକୁ କୁହାଯାଇଛି । ତେବେ ଭୋଟରମାନେ ନିର୍ଭୟରେ ଆସି ମତଦାନ କରିବାକୁ ଡିସିପି ନିବେଦନ କରିଛନ୍ତି । ସେହିଭକଳି ମତଦାନ ସମୟରେ ସମସ୍ୟା ତାହେଲେ ତୁରନ୍ତ ଡାଏଲ-୧୧୨ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏଥି ପାଇଁ ପୁଲିସ ତୁରନ୍ତ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ