ପୁରୀରେ ବିଦ୍ୟୁତ ମହୋତ୍ସବ

ପୁରୀରେ ବିଦ୍ୟୁତ ମହୋତ୍ସବ

ପୁରୀରେ ବିଦ୍ୟୁତ ମହୋତ୍ସବ

News by Ajit Kumar Mallick (Konark)

କୋଣାର୍କ (ଏନ୍‍.ଏମ୍‍.): ବିଦ୍ୟୁତର ସଦବ୍ୟବହାର ଓ ବିଦ୍ୟୁତ ସଞ୍ଚୟ ନେଇ ପ୍ରତ୍ୟେକ ଜନସାଧାରଣ ସଚେତନ ହେଲେ, ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟ କରାଯାଇ ପାରିବ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି । ପୁରୀ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଏବଂ ପିଜିସିଆଇଏଲ, ଓପିଟିସିଏଲ, ଟିପିସିଓଡିଏଲର ମିଳିତ ସହଯୋଗରେ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ ପାୱାର ଆଟଦରେଟ୨୦୪୭ ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ଷଡ଼ଙ୍ଗୀ ଆଜିର ସମୟରେ ବିଜୁଳି ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇ ପଡ଼ିଛି । ଅତୀତରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ଉପଭୋକ୍ତାମାନଙ୍କ ସହ ସୁସମନ୍ୱୟ ଓ ସୁସମ୍ପର୍କ ରକ୍ଷା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଓ ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର ଏଥିରେ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ସଚେତନ ହୋଇ ବିଜୁଳିର ସୁରକ୍ଷା ଓ ସଦ ବ୍ୟବହାର ପାଇଁ ଅନୁରୋଧ କରିଥିଲେ । ବିଦ୍ୟୁତ ବିଭାଗ ସଠିକ ସେବା ଯୋଗାଇବା ସହ ରକ୍ଷଣା ବେକ୍ଷଣ ଠିକ୍ ଭାବେ ସମ୍ପାଦନ କରିବା, ଉପଭୋକ୍ତାମାନେ ସଠିକ ସମୟରେ ଦେୟ ପ୍ରଦାନ ଓ ସହଯୋଗ ପାଇଁ ଅନୁରୋଧ କରିଥିଲେ । ପାୱାର ଗ୍ରୀଡର ନିର୍ବାହୀ ନିର୍ଦ୍ଦେଶକ ଯୋଗ ଦେଇ ବିଦ୍ୟୁତର ସଦୁପଯୋଗ, ସୁରକ୍ଷା ଓ ବିଭାଗର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଓପିଟିସିଏଲର ସାଧାରଣ ପରିଚାଳକ ପ୍ରଶାନ୍ତ କୁମାର ପଟ୍ଟନାୟକ ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଜୁଳିର ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ । ସମଗ୍ର ଦେଶକୁ ଏକ ଗ୍ରୀଡ ଏକ ଫ୍ରିକ୍ୟୁନ୍ସି ସହ ସଂଯୋଗ କରି ୧.୬ ଲକ୍ଷ ସର୍କିଟ କିଲୋମିଟର ଟ୍ରାନ୍ସମିସନ ଲାଇନ ଯୋଗ କରାଯାଇଛି । ୨୦୧୮ ମସିହାରେ ଶତକଡା ଶହେ ଭାଗ ଗ୍ରାମ୍ୟ ବିଦ୍ୟୁତିକରଣ ଓ ଘରୋଇ ବିଦ୍ୟୁତିକରଣ ହାସଲ କରାଯାଇଛି । ବ୍ୟବସ୍ଥା କୁ ସୁଦୃଢ ନିମନ୍ତେ ୨.୦୨ ଲକ୍ଷ କୋଟି ଟଙ୍କା ବିନିମୟରେ ଗ୍ରାମାଞ୍ଚଳରେ ୨୦୧୫ ମସିହାରେ ଥିବା ୧୫ ଘଣ୍ଟା ବିଦ୍ୟୁତ ଯୋଗାଣକୁ ବର୍ତ୍ତମାନ ହାରାହାରି ୨୨.୫ ଘଣ୍ଟା କୁ ବୃଦ୍ଧି କରାଯାଇଛି । ୧୬୯ ଗିଗା ୱାଟ ଉତ୍ପାଦନ କ୍ଷମତା ଯୋଡ଼ି ହୋଇ ଆମ ଦେଶକୁ ଶକ୍ତି ଅଭାବରୁ ଅତ୍ୟଧିକ ଶକ୍ତିରେ ପରିଣତ କରିଛି ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ପାୱାର ଗ୍ରିଡର ଜି ଏମ୍ ଶକୁନ୍ତଳା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୁରୀ ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀ ଜ୍ୟୋତିରଞ୍ଜନ ସ୍ୱାଇଁ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଉପଭୋକ୍ତାମାନେ ବିଦ୍ୟୁତ ସଂସ୍କାର ସମ୍ପର୍କରେ ବିବିଧ ମତାମତ ପ୍ରଦାନ କରିଥିଲେ । ଶକ୍ତି କ୍ଷେତ୍ରରେ ସଚେତନତା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର, ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ