ପିପିଲି ଉପ ନିର୍ବାଚନ: ପିତାଙ୍କ ଗଡ଼ ବଜାୟ ରଖିଲେ ପୁତ୍ର

ପିପିଲି ଉପ ନିର୍ବାଚନ: ପିତାଙ୍କ ଗଡ଼ ବଜାୟ ରଖିଲେ ପୁତ୍ର

ପିପିଲି ଉପ ନିର୍ବାଚନ: ପିତାଙ୍କ ଗଡ଼ ବଜାୟ ରଖିଲେ ପୁତ୍ର


ପିପିଲି/ଭୁବନେଶ୍ୱର(ଏନ୍‌.ଏମ୍‌.): ପିପିଲି ଉପନିର୍ବାଚନରେ ବାଜିମାତ୍ କରିଛି ବିଜେଡି । ପିପିଲିରେ ବିଜେଡି ପ୍ରାର୍ଥୀ ତଥା ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୦,୯୧୬ ଭୋଟରେ ପରାସ୍ତ କରିଛନ୍ତି । ଏହି ପରାଜୟ ସହ ଆଶ୍ରିତଙ୍କର ବିଜୟ ଆଶା ଧୂଳିସାତ୍ ହୋଇଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ର ଅମାନତ ହରାଇଛନ୍ତି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ବିଜେଡି ପ୍ରାଥୀ ରୁଦ୍ର ମହାରଥୀ ପାଇଛନ୍ତି ୯୬ ହଜାର ୯୭୨ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ରଙ୍କୁ ୪୨୬୧ ଭୋଟ୍ ମିଳିଛି । ଏହି ବିଜୟ ସହ ରୁଦ୍ର ତାଙ୍କ ପିତାଙ୍କ ଗଡ଼ ବଜାୟ ରଖିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ