ପାୟନୀୟର କମ୍ପାନୀ ପକ୍ଷରୁ ଗଜପତି ଜିଲ୍ଲାରେ ଅମଳ ଦିବସ

ପାୟନୀୟର କମ୍ପାନୀ ପକ୍ଷରୁ ଗଜପତି ଜିଲ୍ଲାରେ ଅମଳ ଦିବସ

ପାୟନୀୟର କମ୍ପାନୀ ପକ୍ଷରୁ ଗଜପତି ଜିଲ୍ଲାରେ ଅମଳ ଦିବସ

News by SmrutiRabjan Tripathy (BBSR)

ଗଜପତି (ଏନ୍‌.ଏମ୍‌.): ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ କୃଷିର ଉନ୍ନତିକରଣ ନହେବାରୁ ଚାଷରେ ବ୍ୟାପକ କ୍ଷତି ହେଉଛି । ତେବେ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ କରାଇ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସଂସ୍ଥା ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ପାୟନୀୟର କମ୍ପାନୀ ଅନ୍ୟତମ । ଏହି ସଂସ୍ଥାର ନିଜସ୍ୱ ଉଦ୍ଭାବନ ବିହନ ଚାଷୀଙ୍କୁ ଅଧିକ ଅମଳ ଦେଉଥିବା ଯୋଗୁଁ ଚାଷୀମାନେ ଏଥିପ୍ରତି ବେଶ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ନୁଆଗଡ ଉଦୟଗିରି ବ୍ଲକ ଲୁହାଙ୍ଗ ଗ୍ରାମରେ ପାୟନୀୟର କମ୍ପାନି ପକ୍ଷରୁ ଧାନ ଅମଳ ଦିବସ ପାଳିତ ହୋଇ ଯାଇଛି । ପ୍ରଥମେ ଗ୍ରାମରେ ଚାଷୀମାନେ ଏକତ୍ରିତ ହୋଇ କମ୍ପାନୀର ଜିଲ୍ଲା ମ୍ୟାନେଜର ଇନ୍ଦ୍ରମଣି ପ୍ରହରାଜଙ୍କୁ ପାରମ୍ପରିକ ବାଦ୍ୟ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଉକ୍ତ ଅଞ୍ଚଳର ଚାଷୀ ଶ୍ୟାମ ଗମାଙ୍ଗଙ୍କ କ୍ଷେତକୁ ପାଛୋଟି ନେଇଥିଲେ । ଶ୍ରୀ ଗମାଙ୍ଗ ଚଳିତ ବର୍ଷ (୨୭ ପି ୩୭) କିସମ ଧାନ ଚାଷ କରି କିଭଳି ଲାଭାନ୍ୱିତ ହୋଇଛନ୍ତି ତାହା ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ଅଞ୍ଚଳର ଅନ୍ୟଚାଷୀମାନେ ଉପସ୍ଥିତ ରହି ଏହି ବିହନର ଉପକାରିତା ସମ୍ପର୍କରେ ବୁଝିଥିଲେ । ତେବେ ଅନ୍ୟ କମ୍ପାନିର ଧାନ ଠାରୁ ଏକ କ୍ୱିଣ୍ଟାଲ ଧାନ ଅଧିକ ଅମଳ ପାଇଥିବା ଚାଷୀ ଶ୍ରୀ ଗମାଙ୍ଗ ସ୍ୱୀକାର କରିଛନ୍ତି । ଏହି ଅମଳ ଦିବସରେ କମ୍ପାନିର କ୍ଷେତ୍ର ପରିଚାଳକ ତପନ କୁମାର ନାୟକଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅତିଥିମାନଙ୍କ ମଧ୍ୟରେ ଗ୍ରାମର ପୂର୍ବତନ ବ୍ଲକ୍ ଅଧକ୍ଷା ଡାଳିମା ଦଳବେହେରା ଏବଂ ସମାଜସେବୀ ସୁଦାମ ମଣ୍ଡଳ, ଅଞ୍ଚଳର ବିହନ ବିକେତ୍ରା ବିନୟ ରାଉତଙ୍କ ସମେତ ଅଞ୍ଚଳର ପ୍ରାୟ ୧୫୦ ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ