ପାଣିରେ ବୁଡ଼ି ଶ୍ରମିକ ମୃତ

ପାଣିରେ ବୁଡ଼ି ଶ୍ରମିକ ମୃତ

ପାଣିରେ ବୁଡ଼ି ଶ୍ରମିକ ମୃତ


ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ବୁଧବାର ଅପରାହ୍ନରେ ପାଣିରେ ବୁଡ଼ି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉଚ୍ଚପଦା ପଞ୍ଚାୟତ ତଥା ଟାଙ୍ଗୀଥାନା ମଣିଆ ଗ୍ରାମର ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକ ଜଣକ ସ୍ଥାନୀୟ ଶବରପଲ୍ଲୀର ଅଶୋକ ଦେହୁରୀ ଓରଫ ବହ୍ଲା(୫୦) ବୋଲି ଜଣାପଡ଼ିଛି । ଶୌଚ ନିମନ୍ତେ ଗ୍ରାମ ନିକଟସ୍ଥ ପଥର ଖାଦାନକୁ ଆସି ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ଖବରପାଇ ଚୌଦ୍ୱାରରୁୁ ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟ ଖୋଜାଖୋଜି ପରେ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ଟାଙ୍ଗୀ ପୋଲିସ୍ ମୃତଦେହ ଜବତ ପୂର୍ବକ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନା ପଠାଇଛନ୍ତି । ମୃତ ଅଶୋକଙ୍କ ପତ୍ନୀ ଓ ୪ ଜଣ ନାବାଳକ ଶିଶୁ ବେସାହାରା ପାଲଟିବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ