ନୂତନ ଛାତ୍ରଛାତ୍ରୀକୁ ସ୍ୱାଗତ ସମ୍ବର୍ଦ୍ଧନା
ଜଗତପୁର(ଏନ୍.ଏମ୍.): ଜଗତପୁରସ୍ଥିତ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଶିକ୍ଷାନୁଷ୍ଠାନରେ ଚଳିତ ବର୍ଷ ପାଇଁ ନୂତନ ଭାବେ ନାମ ଲେଖାଇଥିବା + ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ କଲେଜ ପରିସରରେ ସ୍ୱାଗତ କରାଯାଇଥିଲା । ପ୍ରକାଶ ଥାଉକି ସମ୍ପ୍ରତି ମହାମାରୀ କରୋନା ଯେଉଁ ଭଳି ଶିକ୍ଷାକୁ ପ୍ରଭାବିତ କରିଛି, ତାକୁ ପିଲାଙ୍କ ମାନସିକତାରୁ ଦୂରେଇ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ କଲେଜ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି । ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜନ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଉପସ୍ଥିତଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ କଲେଜ ତରଫରୁ କ୍ୟାଲେଣ୍ଡର ଓ ପାଠ ପଢା ସମୟ ସାରଣି ପ୍ରଦାନ କରାଯାଇଥିଲା ।