ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ

ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ

ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ

News B.Mishra (Cuttack)

#କଟକ(ଏନ୍‌.ଏମ୍‌.): ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ ସ୍ଥାନୀୟ ଛତ୍ରବଜାର ଶ୍ରୀ ଶ୍ରୀ ଗଣେଶଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଗତ ଓ ଗ୍ରହଣ ସହ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମସ୍ତ ପ୍ରାଦେଶିକ ସଭ୍ୟ, ଆଜୀବନ ସଭ୍ୟ, ପୃଷ୍ଠପୋଷକ ସଭ୍ୟ, ମହିଳା ସଭ୍ୟା ଶିରୋମଣି ତଥା ସମାଜର ପ୍ରାଦେଶିକ କର୍ମକର୍ତ୍ତା ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ପ୍ରଥମେ ସଭାପତିଙ୍କ ଅଭିଭାଷଣ ଓ ପରେ ସମ୍ପାଦକୀୟ ବିବରଣୀ ପାଠ କରାଯାଇଥିଲା । ଏହା ପରେ ସମ୍ବିଧାନର ଆଂଶିକ ସଂଶୋଧନ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ସମାଜର ନିର୍ବାଚନ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସଭାପତି ଭାବେ ପୁନର୍ବାର ଦେବେନ୍ଦ୍ର ନାଥ ସାହୁ ନିର୍ବାଚିତ ହୋଇଥିଲାବେଳେ ଉପସଭାପତି-ସୁନୀଲ କୁମାର ସାହୁ, ତ୍ରୀନାଥ ସରାଫ, ମିଲନ କୁମାର ସାହୁ, ବାସୁଦେବ ସାହୁ, ପର୍ଶୁରାମ ସାହୁ, ସୁବାସ ଚନ୍ଦ୍ର ବେହେରା ନିର୍ବାଚିତ ହୋଇଛନ୍ତି । ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ -ରବିନ୍ଦ୍ରନାଥ ସାହୁ, ଯୁବ ସଂଗଠନ ସଭାପତି – ବିନୋଦ ଚନ୍ଦ୍ର ସାହୁ, ଯୁବ ସମ୍ପାଦକ ଭାବେ ଭୀମସେନ ସାହୁ ନିର୍ବାଚିତ ହୋଇଛନ୍ତି । ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ମହିଳା ସଂଗଠନ ପ୍ରଥମ ଥର ପାଇଁ ଗଠନ କରାଯାଇଥିବା ସୂଚନା ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ