ନାବାଳିକା ବଳତ୍କାର ମାମଲା, ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳତ୍କାର ମାମଲା, ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳତ୍କାର ମାମଲା
ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ: ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ ନିର୍ଦ୍ଦେଶ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ମାହାଙ୍ଗା ନାବାଳିକା ବଳତ୍କାର ମାମଲାରେ କଟକର ପୋଷ୍କୋ କୋର୍ଟ ଆସାମୀ କୃଷ୍ଣଚନ୍ଦ୍ର ବିଶ୍ୱାଳକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରବା ସହ ତାକୁ ୨୦ ହଜାର ଟଙ୍କାର ଜରିମାନା ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । କୋର୍ଟ ଆଇପିସିର ୩୭୬(୨)(ଏନ୍‌) ଓ ୫୦୬ ଦଫାରେ ଉପରୋକ୍ତ ଦଣ୍ଡ ବିଧାନ କରବା ସହ ପିଡିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ ମସିହା ଅଗଷ୍ଟ ୧୦ ତାରିଖରେ କଟକ ଜିଲ୍ଲାର ମାହାଙ୍ଗା ଥାନାରେ ନାବାଳିକା ବଳତ୍କାର ସମ୍ପର୍କରେ ଅଭିଯୋଗ ହୋଇଥିଲା । ଆସାମୀ କୃଷ୍ଣଚନ୍ଦ୍ର ସ୍ଥାନୀୟ ଅଞ୍ଚଳର ଜଣେ ୧୬ ବର୍ଷିୟା ନାବାଳିକାକୁ ବଳତ୍କାର କରିଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ୍ ଘଟଣାର ତଦନ୍ତ କରି ଆସାମୀକୁ ଗିରଫ କରିଥିଲା । କୋର୍ଟ ମାମଲାର ଶୁଣାଣିବେଳେ ସମସ୍ତ ସାକ୍ଷ୍ୟପ୍ରମାଣ ଓ ପ୍ରାମାଣିକ ନଥିପତ୍ର ଆଧାରରେ ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ