ଧସିଲା ଚୌଧୁରୀବଜାର ମୁଖ୍ୟ ରାସ୍ତା

ଧସିଲା ଚୌଧୁରୀବଜାର ମୁଖ୍ୟ ରାସ୍ତା

ଧସିଲା ଚୌଧୁରୀବଜାର ମୁଖ୍ୟ ରାସ୍ତା

News by Smrutiranjan Tripathy (Cuttack)

କଟକ(ଏନ୍‌.ଏମ୍‌.): କଟକ ସହରରେ ଏବେ ବିଭିନ୍ନ ସ୍ଥାନରେ ହଠାତ ରାସ୍ତା ଧସିଯିବା ଯୋଗୁଁ ସହରବାସୀ ଆତଙ୍କିତ ହୋଇ ପଡ଼ିଲେଣି । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଆଗାମୀ ଦିନରେ ବଡ଼ ବିପଦ ଘଟିକା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ତେବେ ସହରରେ ଜାଇକା କାର୍ଯ୍ୟ ଠିକ ଭାବେ ହୋଇନଥିବା ସାଧାରଣରେ ଅଭିଯୋଗ ହୋଇଛି । ଆଜି ଚୌଧୁରୀ ବଜାର ମୁଖ୍ୟ ରାସ୍ତା ୧୦ ଫୁଟ ତଳକୁ ଧସି ଯାଇଥିବା ଦେଖିବାକୁ ମିଳିଥିଲା । ଜାଇକା ଦ୍ୱାରା କରାଯାଇଥିବା ଏକ ଟ୍ୟାଙ୍କି ନିକଟରେ ମାଟି ଧସେଇ ଯାଇଥିବା ଜଣାପଡିଛି । ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖବର ପାଇ ଜାଇକା କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ôଚ ମରାମତି କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି । ସଂଧ୍ୟା ସମୟରେ ସିଏମସି ମେୟର ସୁବାସ ସିଂହ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିବା ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ବହେ ବର୍ଷିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଚୌଧୁରୀ ବଜାର ମୁଖ୍ୟ ରାସ୍ତାରେ ସନ୍ଧ୍ୟା ସମୟରେ ପ୍ରବଳ ଗହଳି ଲାଗି ରହିଥିଲା । ଜାଇକା କରିଥିବା ଏକ ଟାଙ୍କି ନିଟକରେ ଠିକ ଭାବେ ପଲସ୍ତରା କରାଯାଇନଥିବାରୁ ହଠାତ ଧସେଇ ବାକୁ ଲାଗିଥିଲା । ଏହାଦେଖି ରାସ୍ତାରେ ଯାତାୟତ କରୁଥିବା ଲୋକ ମାନେ ଭୟଭୀତ ହୋଇ ପଡିଥିଲେ । ଉକ୍ତ ରାସ୍ତା ଦେଇ କିଛି ସମୟ ପର୍ଯ୍ୟନ୍ତ ଯାତାୟତ ବନ୍ଦ କରି ଦେଇଥିଲେ । ମାଟିର ଅତଡା ଧିରେ ଧିରେ ଖସି ୧୦ ଫୁଟ ପର୍ଯ୍ୟନ୍ତ ଗର୍ତ୍ତ କରି ଦେଇଥିଲା । ଏହି ଖବର ଜାଇକା କର୍ତ୍ତୃପକ୍ଷ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ôଚ ଏହାର ଅନୁସନ୍ଧାନ କରିବା ସହ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ