ଧବଳେଶ୍ୱରଙ୍କ ମାହାତ୍ମା ଓ ବାବାଙ୍କର ଗଜଭୋଗ

ଧବଳେଶ୍ୱରଙ୍କ ମାହାତ୍ମା ଓ ବାବାଙ୍କର ଗଜଭୋଗ

ଧବଳେଶ୍ୱରଙ୍କ ମାହାତ୍ମା ଓ ବାବାଙ୍କର ଗଜଭୋଗ


କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡରେ ପୂଜାପାଅନ୍ତି ପ୍ରଭୁ ଧବଳେଶ୍ୱର । ଆମ ରାଜ୍ୟରେ ଅନେକ ଶୈବ ପୀଠ ଅଛି କିନ୍ତୁ ଓଡିଶାର ଏକ ପ୍ରମୁଖ ଶୌବ ପୀଠ ହେଉଛି ଧବଳେଶ୍ୱର ପୀଠ । ଚଳିତ ବର୍ଷ କୋଭିଡ-୧୯ କଟକଣା ପାଇଁ ଧବଳେଶ୍ୱରରେ ପ୍ରଶାସନ ୧୪୪ ଧାରା ଜାରିକରିଛି ।ଗତ ବର୍ଷ ଓ ଚଳିତ ବର୍ଷ ଏହିି ଦୁଇ ବର୍ଷରେ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାଁନ୍ତି । ଏହି ନିୟମ ସତ୍ତ୍ୱେବି ଭକ୍ତମାନେ ଏହି ପୀଠକୁ ଆସୁଛନ୍ତି ଓ ଦୂରରୁ ପ୍ରଭୁଙ୍କୁ ନିଜର ଦୁଖ ଜଣାଇ ମନ ଦୁଖରେ ଘରକୁ ଫେରୁଛନ୍ତି । ଏହି ପୀଠର ଏକ ରୋଚକ କଥା ରହିଛି । ବାବା ଧବଳେଶ୍ୱର ପୂର୍ବରୁ ଏକ କଳା ବଳଦକୁ ଧଳା କରି ଥିଲେ । ଏହି ଘଟଣା ପରେ ସେ ଧବଳେଶ୍ୱର ନାମରେ ଖ୍ୟାତ ହୋଇଥିଲେ । ଏହି ପୀଠରେ ଗଜ ଭୋଗ ତ୍ରୟଦଶି ଦିନ ବସାଜାଏ । ଅନେକ ଭକ୍ତ ଶ୍ରଦ୍ଧାଳୁ ପ୍ରଭୁଙ୍କ ପୀଠରେ ଉପବାସ ରହି ତ୍ରୟର୍ଦଶି ଓ ଚତୁର୍ଦଶୀ ସନ୍ଧିରେ ଗଜ ଭୋଗ ବାହାରିବା ପରେ ଭକ୍ତ ମାନେ ଗଜ ପାଇ ଉପବାସ ଭାଙ୍ଗନ୍ତି । ଚତୁର୍ଦଶି ଦିନ ଅନ୍ୟ ଶୌବ ପୀଠରେ ଗଜ ଭୋଗ ଲାଗିକରାଯାଏ । ଚାଉଳ ଢିଙ୍କିରେ କୁଟାଯାଇ ଚୁନା ପ୍ରସ୍ତୁତ କରାଯାଇଥାଏ । ଚାଉଳ ଚୁନା,ନଡିଆ, ଗୁଡ, ଛେନା ଓ କାଜୁ ଖିସମିସ୍ ପଡି ନଡିଆ ପୁରକୁ ନେଇ ଗଜ ଭୋଗ ପ୍ରସ୍ତୁତ କରାଯାଏ । ଏବଂ ଏହା ସହିତ ତରଣ ଭୋଗବି ଭକ୍ତ ମାନେ ବହୁ ଆନନ୍ଦର ସହ ପାଇଥାଆନ୍ତି । ବର୍ଷକୁ ଥରେ ଏହି ଗଜ ଭୋଗ ଭକ୍ତ ମାନଙ୍କୁ ମିଳିଥାଏ । ବହୁ ନିଷ୍ଟା ଓ ରାତିସାରା ଉଜାଗର ରହି ଏହି ଗଜଭୋଗ ପ୍ରସ୍ତୁତ କରାଯାଇ ଥାଏ । ଏହି ଗଜ ଭୋଗ ପାଇବାପାଇଁ ବହୁ ଦୁର ଦୁରାନ୍ତରରୁ ଲୋକମାନେ ରାତିସାରା ଅନିଦ୍ରା ରହି ଉପବାସ କରି ଏହି ଭୋଗକୁ ପାଇଥାନ୍ତି । ଏହି କୋରନା ମହାମାରି ପାଇଁ ଭକ୍ତ ମାନଙ୍କୁ ବହୁ ସମସ୍ୟାର ସମୁଖିନ ହେଉଥିବାର ଦେଖିବାକୁ ମିଳୁଛି । ଏହି ଗଜ ଭୋଗ କେବଳ ଧବଳେଶ୍ୱରଙ୍କ ପାଖରେ ବର୍ଷକରେ ମାତ୍ର ଥରେ ମିଳିଥାଏ । ଭକ୍ତ ମାନେ ଏହି ଭୋଗ ପାଇବା ପାଇଁ ପ୍ରାୟ ଏକ ବର୍ଷ ଅପେକ୍ଷା କରିଥାନ୍ତି । ଯେହେତୁ ପ୍ରଭୁ କଳା ବଳଦକୁ ଧଳା କରିଥିଲେ ସେଥିପାଇଁ ଏହି ଗଜ ଭୋଗବି ଉପର ଧଳା ଓ ଭିତର କଳା ସଦୃସ ହୋଇଥାଏ । ଏହି ଓଷା ଏକ ଚୋର ଠାରୁ ଆରମ୍ବ ହୋଇଛି । ଗୋଟିଏ ଚୋର ଏହି ଆଖ ପାଖ ଗ୍ରାମରୁ ଏକ କଳା ବଳଦକୁ ଚୋରି କରି ଆଣି ମନ୍ଦିରରେ ଭିତରେ କବାଟ ବନ୍ଦ କରି ରହିଥିଲା ରାତ୍ର ପାହିଲା ବେଳକୁ ପୁଜକ ପାଳି କରିବା ପାଇଁ ଯାଇଥିଲା ବେଳେ କବାଟ ଆଉ ଫିଟିଲା ନାହିଁ । ଧିରେ ଧିରେ ଲୋକମାନେ ଜମା ହୋଇଥିଲେ । କିନ୍ତୁ ଏହି ବ୍ୟକ୍ତି ମୁଖ୍ୟ ଦ୍ୱାରକୁ ବନ୍ଦ କରି ମନ୍ଦିର ଭିତରେ ଲୁଚି ରହିଥିଲା । ଯୋଗୀ ବେଶରେ ପ୍ରଭୁ ଧବଳମଣୀ ସେଠାରେ ପହଁଚିଂ ଉପସ୍ତିତ ଲୋକମାନଙ୍କୁ କହିଥିଲେ ସେଠାରେ କଳା ନୂହଁ ଧଳା ବଳଦଟିଏ ଅଛି । ଚୋରଟି ଦେଖିଲା ବେଳକୁ ସତରେ କଳା ବଳଦଟି ଧଳା ହୋଇଯାଇଛି । ଏହାପରେ ଚୋର ଜଣଙ୍କ ପ୍ରଭୁଙ୍କର ଗୁଣ ଗାନ କରିବା ସହିତ ସତ କଥାଟି ଲୋକମାନଙ୍କୁ କହିଥିଲା । ସେହି ଦିନଠାରୁ ବାବାଙ୍କର ଧବଳେଶ୍ୱର ନାମରେ ଖ୍ୟାତ ହୋଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି