ଥାନାରୁ ଆସିବା ପରେ ଯୁବକଙ୍କ ଆତ୍ମହତ୍ୟା ! : କାରଣ ଅସ୍ପଷ୍ଟ

ଥାନାରୁ ଆସିବା ପରେ ଯୁବକଙ୍କ ଆତ୍ମହତ୍ୟା ! : କାରଣ ଅସ୍ପଷ୍ଟ

ଥାନାରୁ ଆସିବା ପରେ ଯୁବକଙ୍କ ଆତ୍ମହତ୍ୟା ! : କାରଣ ଅସ୍ପଷ୍ଟ

News by Biswajit Dalai (Salepur)

ସାଲେପୁର(ଏନ୍‌.ଏମ୍‌.): ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ଗୁଣ୍ଠପଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଅଚାନକ ମୃତ୍ୟୁ ହେବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ମୃତକ ଜଣକ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଥିବା ଅଞ୍ଚଳବାସୀ ଆଲୋଚନା କରୁଛନ୍ତି । ତେବେ କେଉଁ କାରଣ ନେଇ ଯୁବକ ଜଣକ ଆତ୍ମହତ୍ୟା କଲେ, କାହିଁକି ମାନସିକ ଚାପରେ ରହୁଥିଲେ ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ । ତେବେ ମୃତ ବ୍ୟକ୍ତି ଜଣକ ଗୁଣ୍ଠପଡ଼ା ଗ୍ରାମର ପ୍ରତାପ ମାଝୀ(୩୬) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ପ୍ରତାପଙ୍କ ପାରିବାରିକ ଅଶାନ୍ତି ଦୀର୍ଘଦିନ ଧରି ରହିଆସିଥିଲା । ତେବେ ତାଙ୍କର ଏକାଧିକ ପତ୍ନୀ ଥିବା ଅଭିଯୋଗ କରି ପ୍ରଥମ ପତ୍ନୀ ତାଙ୍କ ଠାରୁ ଅଲଗା ରହୁଥିଲେ । ଏ ନେଇ ପ୍ରଥମ ପତ୍ନୀ ପ୍ରତାପଙ୍କ ବିରୋଧରେ ଥାନାର ଆଶ୍ରୟ ମଧ୍ୟ ନେଇଥିଲେ । ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ ପ୍ରତାପକୁ ଡକାଇ ଉଭୟ ପତି ପତ୍ନୀଙ୍କ ଉପସ୍ଥିତିରେ କୌଣସି ଆଲୋଚନା ହୋଇଥିଲା । ଉଭୟଙ୍କ ମଧ୍ୟରେ ଆଲୋଚନା ହେବାପରେ ପ୍ରତାପ ଥାନାରୁ ଫେରିଥିଲେ । ତେବେ ସେତେବେଳେ ସେ କୌଣସି ଅବସାଦ କିମ୍ବା ଚିନ୍ତାଗ୍ରସ୍ଥ ନଥିବା ଏବଂ ଖୁସ ମିଞ୍ଜାଜରେ ଥିବା ପଡୋଶୀମାନେ କହିଛନ୍ତି । କିନ୍ତୁ ଥାନାରୁ ଆସିବା ପରେ ପ୍ରତାପ ନିଜଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ତେବେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ