ଡ୍ରିମ୍‌ସରେ ଜାତୀୟସ୍ତରୀୟ ସନ୍ତରଣ ପ୍ରଶିକ୍ଷଣ: ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

ଡ୍ରିମ୍‌ସରେ ଜାତୀୟସ୍ତରୀୟ ସନ୍ତରଣ ପ୍ରଶିକ୍ଷଣ: ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

ଡ୍ରିମ୍‌ସରେ ଜାତୀୟସ୍ତରୀୟ ସନ୍ତରଣ ପ୍ରଶିକ୍ଷଣ: ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

News by Basanta Ratha (Cuttack)

#କଟକ (ଏନ୍‌.ଏମ୍‌.): ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ସନ୍ତରଣରେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଦେବା ଲାଗି ଦେଶର ପ୍ରମୁଖ ଉଦ୍ୟୋଗ ଜେଏସ ଡବ୍‌ଲ୍ୟୁ ଗ୍ରୁପ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ହୋଇଛି । ଏହି କ୍ରମରେ ଡ୍ରିମ୍‌ସରେ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଆଲୋଚନା ହୋଇଥିବାବେଳେ ବିଭାଗୀୟ ବିଶେଷଜ୍ଞ ଦଳ ଏଠାକାର ସ୍ପୋର୍ଟସ କମ୍ପେ୍ଲକ୍ସ, ସୁଇମିଂପୁଲ ଓ ଉପଲବ୍ଧ ସୁବିଧାସୁଯୋଗ ଅନୁଧ୍ୟାନ କରିଛନ୍ତି । ଜେଏସ୍‌ଡବ୍‌ଲ୍ୟୁର ବୈଷୟିକ ନିର୍ଦ୍ଦେଶକ ଦକ୍ଷିଣ ଆଫ୍ରିକାର ଡୁଗ୍‌ଲାସ ଇଗର, ଅପରେସନାଲ ହେଡ୍ ଅଞ୍ଜନ ଭଚାନୀ, ପରାମର୍ଶଦାତା ୟାସ୍ ଚଭନ ପ୍ରମୁଖ ଏହି ଦଳରେ ସାମିଲ ଥିଲେ । ସେମାନେ ଡ୍ରିମ୍‌ସର କ୍ରିକେଟ ଗ୍ରାଉଣ୍ଡ, ଜିମ୍ ସମେତ ଉଭୟ ଇନ୍ ଡୋର ଓ ଆଉଟ୍ ଡୋର ଗେମ୍ ବ୍ୟବସ୍ଥା ଦେଖି ସନ୍ତୋଷ ପ୍ରକାଶ କରିବା ସହିତ ଏଭଳି ଏକ ଉନ୍ନତ କ୍ରୀଡା ଭିତ୍ତିଭୂମିରେ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୁବ ପ୍ରତିଭାଙ୍କ ଲାଗି ପ୍ରେରଣାଦାୟକ ହେବବୋଲି ମତ ଦେଇଥିଲେ । କ୍ରୀଡା ନିର୍ଦ୍ଦେଶକ ନବକିଶୋର ମିଶ୍ର, ଲୋକ ସମ୍ପର୍କ ଅଧିକାରୀ ନିରାକାର ସାହୁ ସେମାନଙ୍କୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ଦେବା ସହିତ ଏଠାକାର ସୁବିଧାସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ