ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ : ହିଂସାମାର୍ଗ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ମହିଳା ମାଓବାଦୀ ଫୁଲବତୀ

ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ : ହିଂସାମାର୍ଗ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ମହିଳା ମାଓବାଦୀ ଫୁଲବତୀ

ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ
ହିଂସାମାର୍ଗ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ମହିଳା ମାଓବାଦୀ ଫୁଲବତୀ


କୋରାପୁଟ(ଏନ୍‌.ଏମ୍‌.): ମୁଖ୍ୟସ୍ରୋତକୁ ଫେରିଆସିଲେ ମହିଳା ମାଓବାଦୀ । ଆଜି ସୁନାବେଡ଼ାରେ କ୍ୟାଡର ମହିଳା ମାଓବାଦୀ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମହିଳା ମାଓବାଦୀ ଜଣକ ଫୁଲବତୀ ଉସେଣ୍ଡି ଓରଫ କରୁଣା ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେ କେକେବିଏନ ଡିଭିଜନର ଏସିଏମ୍ ର‌୍ୟାଙ୍କର ହୋଇଥିବା ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ତେବେ ଫୁଲବତୀ ୨୦୦୮ ମସିହାରୁ ମାଓ ସଂଗଠନରେ ସାମିଲ ହୋଇ ବହୁ ମାଓ ହିଂସା କାଣ୍ଡରେ ଜଡିତ ରହିଥିଲେ । ୨୦୧୯ ମସିହାରେ ବିଭିନ୍ନ ମାଓ ହିଂସାରେ ସେ ଜଡ଼ିତ ଥିଲେ । ତାଙ୍କୁ ଧରିବା ସକାଶେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ତେବେ ଦୀର୍ଘ ଦିନ ଧରି ଫୁଲବତୀ ମାଓ ସଂଗଠନରେ ରହି ହିଂସାକାଣ୍ଡ ଘଟାଇଥିବାବେଳେ ଏବେ ଏଥିରୁ ବିରତ ରହି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ସେ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ତେବେ ଫୁଲବତୀଙ୍କ ଭଳି ଅନ୍ୟାନ୍ୟ ମାଓବାଦୀମାନେ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମଲ ହେବାକୁ ପୁଲିସ ଡିଜି ଶ୍ରୀ ଅଭୟ ଆହ୍ୱାନ ଦେଇଛନ୍ତି । ପୁଲିସ୍ ଡିଜି କହିଛନ୍ତି ଯେ, ହିଂସା ବାଟ ଛାଡ଼ି ଆତ୍ମମର୍ପଣ କରିଥିବାରୁ ମୁଁ ଫୁଲବତୀଙ୍କୁ ସ୍ୱାଗତ କରୁଛି । ଓଡ଼ିଶା କିମ୍ବା ଓଡ଼ିଶା ବାହାରେ ଆଉ ଯେତିକି ମାଓବାଦୀ ଅଛନ୍ତି, ସେମାନେ ହିଂସାର ବାଟ ଛାଡ଼ି ଆତ୍ମସପର୍ମଣ କରନ୍ତୁ ବୋଲି ଡିଜିପି ପରାମର୍ଶ ଦେଇଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ