ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅକ୍ଷିମୁଠି ଅନୁକୂଳ

ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅକ୍ଷିମୁଠି ଅନୁକୂଳ

ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅକ୍ଷିମୁଠି ଅନୁକୂଳ

News by Smrutiranjan Tripathy (Tangi-Choudwar)

#ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ର ବିଭିନ୍ନ ସ୍ଥାନରେ କୃଷକମାନେ ଅକ୍ଷିମୁଠି ପକାଇଛନ୍ତି । ବିଶେଷ କରି ସ୍ଥାନୀୟ ଲୋକପ୍ରତିନିଧିମାନେ ଏହି ସବୁ ଅଞ୍ଚଳରେ ସମର୍ଥକଙ୍କ ଗହଣରେ ଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ କ୍ଷେତରେ ବିହନ ଅନୁକୂଳ କରିଥିଲେ । ସ୍ଥାନୀୟ ନଖରା ପଞ୍ଚାୟତ ଓ ଶଙ୍କରପୁର ପଞ୍ଚାୟତରେ ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ଅକ୍ଷିମୁଠି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳୁ ସକାଳୁ ଚୌଦ୍ୱାର ସ୍ଥିତ ନଖରା ପଞ୍ଚାୟତର ପଣ୍ଡୁଆ ଗ୍ରାମରେ ଚୌଦ୍ୱାର-କଟକର ପ୍ରାକ୍ତନ ବିଧାୟକ ଡ. ପ୍ରଭାତ କୁମାର ବିଶ୍ୱାଳ ପୂଜା ଆଦି କାମ ପରେ ବିହଣ ବୁଣିବା ସହ ହଳ କରିଥିଲେ । ଏଥିରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀଙ୍କ ସମେତ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୃଷି ଅଧିକାରୀ କୁଳମଣି ବାରିକ, ଅଞ୍ଚବାସୀ ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଶେଷରେ କିଛି ସଫଳ ଚାଷୀ ମାନଙ୍କୁ ଡ. ବିଶ୍ୱାଳ ପୁରସ୍କୃତ କରିଥିଲେ । ସେହିପରି ଅନୁରୂପ ଭାବେ ଆଠଗଡ଼ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଶଙ୍କରପୁର ପଞ୍ଚାୟତରେ ଜିଲ୍ଲା ସଂପାଦକ ତଥା ବିଧାୟକଙ୍କ ପ୍ରତିନିଧି ସେକ ଶାହାଜାହାନଙ୍କ ନେତୃତ୍ୱରେ ବିଜେଡିକର୍ମୀ ମାନଙ୍କୁ ନେଇ ଅକ୍ଷୟ ତୃତୀୟା ପାଳନ କରାଯାଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ତଥା କୃଷମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ରାଜ୍ୟ ସରକାରଙ୍କର କୃଷି ଓ କୃଷକଙ୍କ ଉଦ୍ୟୋଗ ନିମନ୍ତେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯଥା ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନା ରେ ବ୍ୟାପକ କର୍ମ ନିଯୁକ୍ତି, ଯନ୍ତ୍ରପାତି, ବିହନ, ସାର ମିଲେଟ ମିଶନ ଜରିଆରେ ମାଣ୍ଡିଆ ଯୋଜନା, କୃଷକଙ୍କ ଆର୍ôଥକ ଉନ୍ନତି ତଥା ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କୁ ପଞ୍ଚାୟତ ପୋଖରୀ ମାଧ୍ୟମରେ ମାଛ ଚାଷ, ମାଛ ଯାଆଁଳ, ମାଛ ଖାଦ୍ୟ, ବାୟୋ ଫ୍ଲକ୍ସ ସହାୟତାରେ ମାଛ ଚାଷ ସହ ପ୍ରାଣୀ ସମ୍ପଦ ବିଭାଗ ତରଫରୁ କୁକୁଡ଼ା ପାଳନ, ଛେଳି ପାଳନ, ଗୋ ପାଳନ,ବତକ ଚାଷ ପାଇଁ ବ୍ୟାପକ ରିହାତି ବ୍ୟବସ୍ତା କରାଯାଇଛି ।ଏହି ସବୁ କାର୍ଯ୍ୟକ୍ରମ ଦ୍ୱାରା ଚାଷୀ ଭାଇ ଭଉଣୀ ଙ୍କ ପରିବାରକ ଆୟ ବୃଦ୍ଧି କରିବାରେ ସହାୟକ ହୋଇଛି ବୋଲି ଜିଲ୍ଲା ସଂପାଦକ ସେକ୍ ସାହାଜାହାନ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସରୋଜ ଖଟୁଆ, ସମିତିସଭ୍ୟ ସୁକାନ୍ତ ରାଉତ, ଜିଲ୍ଲା ପରିଷଦ ବିଶ୍ୱଜିତ୍ ପ୍ରଧାନ, ସଭାପତି ବିଶ୍ୱଜିତ ମାଝୀ, କୃଷିମିତ୍ର ଜ୍ୟୋର୍ତିମୟୀ ବାରିକ, ରମେଶ ହାତୀ, ପ୍ରଶାନ୍ତ ହାତୀ, ବ୍ରହ୍ମପୁର ସଭାପତି ରବୀନ୍ଦ୍ର ସାହୁ, ଶଙ୍କରପୁର ସଭାପତି ପରମାନନ୍ଦ ରାଉତ, ମହିଂସାଲଣ୍ଡା ସଭାପତି ବିଦ୍ୟାଧର ରାଉତଙ୍କ ସମେତ ମାଧବ ବେଉରା, ହର ପ୍ରସାଦ ସାମଲ, ବାସୁଦେବ ବାରିକ, ଦିଲ୍ଲୀପ ମାଝୀ, ନିରଞ୍ଜନ ହାତୀ ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ