ଜୱାଦ ଉଜାଡି ଦେଲା ଚାଷୀର ଆଶା ଭରସା: ଦୋହଲାଇ ଦେଲା ଆର୍ଥିକ ମେରୁଦଣ୍ଡ

ଜୱାଦ ଉଜାଡି ଦେଲା ଚାଷୀର ଆଶା ଭରସା: ଦୋହଲାଇ ଦେଲା ଆର୍ଥିକ ମେରୁଦଣ୍ଡ

ଜୱାଦ ଉଜାଡି ଦେଲା ଚାଷୀର ଆଶା ଭରସା: ଦୋହଲାଇ ଦେଲା ଆର୍ଥିକ ମେରୁଦଣ୍ଡ


କୋଣାର୍କ (ଏନ୍‌.ଏମ୍‌.): ଦକ୍ଷିଣ-ଉତ୍ତର ଓ ସଂଲଗ୍ନ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଜୱାଦ’ ଚାଲିଯାଇଛି କିନ୍ତୁ ଚାଷୀର ବର୍ଷକ ରୋଜଗାର ଛଡ଼ାଇନେବା ସହ ଆଶା ଭରସାକୁ ଉଜାଡ଼ି ଦେଇଛି । ଜୱାଦ ସମୁଦ୍ର ଗର୍ଭରେ ବାରମ୍ବାର ଦିଗ ବଦଳାଉଥିବାରୁ ପାଣିପାଗ ବିଭାଗର ପକ୍ଷରୁ ସଠିକ ପୂର୍ବାନୁମାନ କରିବା ସମ୍ଭବପର ହୋଇ ନଥିଲା । ଏହି ସାମୁଦ୍ରିକ ଝଡ ଜୱାଦ ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ର ଗର୍ଭଭରରେ ଦୁର୍ବଳ ହୋଇ ଶିଥିଳ ହୋଇ ଯାଇଥିଲା । ହେଲେ ଏହାର ପ୍ରଭାବରେ ୩ ତାରିଖ ଅପରାହ୍ନରୁ ୫ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଲଗାଣ ବର୍ଷା ଲାଗିରହିଥିଲା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିବା ସହ ଜନସାଧାରଣଙ୍କୁ ଆର୍ôଥକ କ୍ଷତି ମଧ୍ୟ ପହଞ୍ଚାଇଥିଲା । ଏଥିପାଇଁ ୫ ଦିନିଆ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା । ଲାଗାଣ ବର୍ଷା ଯୋଗୁଁ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଓ କୋଣାର୍କ ଏନଏସିର ୧୩ଟି ୱାର୍ଡ ଓ ନିକଟସ୍ଥ ପଞ୍ଚାୟତରେ ବର୍ଷା ଜଳ ଜମିରହିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପାଡିଥିଲା । ଏତଦ ବ୍ୟତୀତ ଖାଲୁଆ ଅଞ୍ଚଳମାନଙ୍କରେ ବର୍ଷା ଜଳ ଜମିରହିବାରୁ କୁତିୃମ ହ୍ରଦର ଭ୍ରମ ସୃଷ୍ଟି କରିଛି । କୋଣାର୍କ ଏନଏସିର ବିଭିନ୍ନ ୱାର୍ଡରେ ବସବାସ କରୁଥିବା ଥିବା ଖାଲୁଆ ଅଞ୍ଚଳର ଲୋକଙ୍କ ଘରେ ପାଣି ପସିଯାଇଛି । ଚାଳଛପର ଘର, କଚା ଘର, ମାଟି କାନ୍ଥ ଘର ଓ ବଡ ବଡ ବୃକ୍ଷମାନ ଉପୁଡି ପଡିଛି । ଅନେକ ଲୋକଙ୍କ ଚାଳ ଛପର ଓ ମାଟି କାନ୍ଥ ଘର ଭୁଷୁଡି ଯାଇଥିବାରୁ ସେମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ କୌଣସି ସହାୟତା ଯୋଗାଇ ଦିଆଯାଇ ନାହିଁ । ଲଗାଣ ବର୍ଷା ପ୍ରଭାବରେ କୋଣାର୍କ ଏନଏସିର ୧୩ ୱାର୍ଡ଼ ଓ ଗୋପ, କାକଟପୁର ଓ ଅସ୍ତାରଙ୍ଗ ବ୍ଲକର ଚାଷିଭାଇମାନଙ୍କର ହଜାର ହଜାର ହେକ୍ଟର ଚାଷ ଜମିରେ ବର୍ଷାଜଲ ଲହଡି ମାରୁଛି । ଚାଷ ଜମିରେ ବର୍ଷା ଜଳ ଠୁଳ ହୋଇ ରହିଥିବାରୁ ପନିପରିବା ଚାଷ ଉଜୁଡି ଯାଇଛି । ବିଭିନ୍ନ ସମୟରେ ବାନ୍ୟା, ବାତ୍ୟା ଓ ଚାଷଜମିରେ ରୋଗ ପୋକ ଦାଉ ସାଧୁଥିବା ବେଳେ ଏବେ ଜୱାଦ ପ୍ରଭାବରେ ଲଗାଣ ବର୍ଷା ଚାଷଜମିରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଲଗାଣ ବର୍ଷା ଯୋଗୁଁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳି କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ ବାଧା ସୃଷ୍ଟି ହୋଇଥିବା ବେଳେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରରେ ବର୍ଷା ଜଳ ଠୁଳ ହୋଇ କୁତିୃମ ହ୍ରଦରେ ପରିଣତ ହୋଇଥିଲା । ସୂର୍ଯ୍ୟମନ୍ଦିର ସଂରକ୍ଷଣ ଦାଇତ୍ୱରେ ଥିବା କର୍ମଚାରୀମାନେ ମଟର ଲଗାଇ ମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାସନ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା କେତେକ ପର୍ଯ୍ୟଟକ ମନ୍ଦିରର ଏପରି ଅବସ୍ଥା ଦେଖି ଫେରିଯାଇଥିଲେ ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ