ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ

ଜଗତପୁର(ଏନ୍.ଏମ୍.): ଜଗତପୁର ଆଇ.ବି.ରୋଡସ୍ଥିତ ଶତପଥି ଏଜେନ୍ସି କାର୍ଯ୍ୟାଳୟରେ ଜେ.କେ. ଲକ୍ଷ୍ମୀ ସିମେଣ୍ଟ କମ୍ପାନୀ ପକ୍ଷରୁ ଏକ ଠିକାଦାର ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବୈଷୟିକ ଅଧିକାରୀ ଇଂ. ବ୍ରହ୍ମପ୍ରକାଶ ଜେନା ଏବଂ ମାର୍କେଟିଂ ଅଧିକାରୀ କମଲଜିତ ସାହୁ ପ୍ରମୁଖ ଯୋଗଦେଇ ନିର୍ମାଣ ସମ୍ବନ୍ଧିତ ଆଲୋଚନା କରିଥିଲେ । ଏହି ଅବସରରେ ନିର୍ମାଣ କ୍ଷେତ୍ରରେ ଉତ୍ତମ ଗୁଣବତ୍ତା ଓ ନିର୍ମାଣ ସମ୍ପର୍କୀତ ବିଭିନ୍ନ ଉପକରଣ ଏବଂ ଉତ୍ତମ ସିମେଣ୍ଟ ଚୟନ ବିଷୟରେ ଯୋଗଦେଇଥିବା ଠିକାଦାରମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ଶତପଥି ଏଜେନ୍ସିର ମୁଖ୍ୟ ଲଲାତେନ୍ଦୁ ଶତପଥି ଠିକାଦାରମାନଙ୍କୁ ଏହି ସିମେଣ୍ଟର ଗୁଣବତ୍ତା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପ୍ରତି ବଜାରରେ ବହୁ କମ୍ପାନୀର ସିମେଣ୍ଟ ଉପଲବ୍ଧ ଥିଲେ ମଧ୍ୟ ଜେ.କେ. ଲକ୍ଷ୍ମୀ ସିମେଣ୍ଟ ନିଜର ବିଶ୍ୱସନୀୟତାକୁ ବଜାୟ ରଖିଛି । ନିର୍ମାଣର ସ୍ଥାୟିତ୍ୱ ଉପରେ ଏହି ସିମେଣ୍ଟ ଗୁରୁତ୍ୱ ଦେଇଆସିଛି । ନିର୍ମାଣ କାର୍ଯ୍ୟକୁ ଅଧିକ ମଜଭୁତ କରିବା ଏହି କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା କମ୍ପାନୀର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ଠିକାଦାରମାନଙ୍କ ମଧ୍ୟରେ ରଘୁନାଥ ବେହେରା, ଇତିଶ ପଣ୍ଡା, ସତ୍ୟରଞ୍ଜନ ନାୟକ, ଆଶିଷ ବେହେରା ଓ ବିକ୍ରମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।