ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଘୋଷଣା କଲେ ସରକାର

ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଘୋଷଣା କଲେ ସରକାର

ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଘୋଷଣା କଲେ ସରକାର
ରହିଲା ‘ଏ’ ବର୍ଗରେ ୨୦ଟି ଜିଲ୍ଲା ଓ ୧୦ଜିଲ୍ଲା ‘ବି’ ବର୍ଗରେ


ଭୁବନେଶ୍ୱର(ଏନ.ଏମ୍‌.): ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ସମ୍ପ୍ରତି ୨୦ଟି ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତରୁ କମ ଥିବାରୁ ଏହାକୁ ‘ଏ’ ବର୍ଗରେ ରଖାଯାଇଛି । ଅନ୍ୟ ଜିଲ୍ଲାମାନଙ୍କରେ କରୋନା ସଂକ୍ରମଣ ୫ ପ୍ରତିଶତର ଉର୍ଦ୍ଧ୍ୱ ରହିଥିବାରୁ ୧୦ଟି ଜିଲ୍ଲାକୁ ‘ବି’ ବର୍ଗରେ ରଖାଯାଇଛି । ତେବେ ଗତଥର ‘ବି’ ବର୍ଗରେ ଥିବା ୩ ଜିଲ୍ଲା ‘ଏ’ ବର୍ଗକୁ ଉନ୍ନୀତ ହୋଇଥିବା ଜଣାପଡ଼ିଛି । ତେବେ କରୋନା ସଂକ୍ରମଣ ଦୃଷ୍ଟିରୁ ଲାଗୁ କରାଯାଇଥିବା ଲକ୍‌ଡାଉନ ଓ ସଟ୍ ଡାଉନରେ ଆଶିଂକ କୋହଳ କରାଯାଇଥିବା ନେଇ ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ତେବେ ପରବର୍ତ୍ତି ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରାଯାଇଛି । ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରାଯାଇଛି । ସଂକ୍ରମଣ କମି ଥିବାରୁ କାଟେଗୋରୀ ‘ଏ’କୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି । ଏହି ୩ଟି ଜିଲ୍ଲା ମଧ୍ୟରେ ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ରହିଛି । ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫ପ୍ରତିଶତକୁ କମିଥିବାରୁ କାଟେଗୋରୀ ‘ଏ’କୁ ଉନ୍ନୀତ ହୋଇଛି । ତେବେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟେଗୋରୀ ‘ଏ’ରେ ସାମିଲ କରାଯାଇଛି । ପଜିଟିଭିଟି ୫ ପ୍ରତିଶତରୁ ଅଧିକ ଥିବା ବାକି ୧୦ ଜିଲ୍ଲା କାଟେଗୋରୀ ‘ବି’ରେ ରହିଛି । ପରିସ୍ଥିତି ଦେଖି ଧିରେ ଧିରେ ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାଟେଗୋରୀ ‘ଏ’ରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବ । ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ । ସପିଙ୍ଗ ମଲ, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ । ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ । ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ । ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ୬ରୁ ୬ ଦୋକାନ ଖୋଲିବ । ତେବେ ଏହି ସବୁ ଜିଲ୍ଲାରେ ରାତ୍ରୀକାଳୀନ କର୍ଫୁ ବଳବତ୍ତର ରହିବ । ସଂଧ୍ୟା ୬ରୁ ସକାଳ ୬ ମଧ୍ୟରେ କଟକଣା ଲାଗୁ ରହିବ । ସେ ପୁଣି କହିଛନ୍ତି ଯେ, ଆଂଶିକ ଲକଡାଉନକୁ ଲୋକେ ପାଳନ କରିଛନ୍ତି । ୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା । ଖୁସିର କଥା ୧୭ ଜିଲ୍ଲାରେ ସଂକ୍ରମଣ ଆଉ ବଢ଼ିନାହିଁ । ବାକି ୧୩ ଜିଲ୍ଲାରୁ ୩ ଜିଲ୍ଲାରେ ପଜିଟିଭିଟି ୫ପ୍ରତିଶତରୁ କମ୍ ରହିଛି । ତେବେ ପୂର୍ବରୁ ‘ଏ’ ବର୍ଗରେ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା ଥିବାବେଳେ ଏବେ ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ସାମିଲ ହୋଇଛନ୍ତି । ସେହିଭଳି ସଂକ୍ରମଣ ଦୃଷ୍ଟିରୁ ଏବେ ୧୦ଟି ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଆଦି ଜିଲ୍ଲାଗୁଡ଼ିକୁ ‘ବି’ ବର୍ଗରେ ରଖାଯାଇଛି । ଏହି ସବୁ ଜିଲ୍ଲାରେ ପୂର୍ବଭଳି ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କଟକଣା ମଧ୍ୟରେ ଦୋକାନ ବଜାର ଖୋଲାଯାଇ ପାରିବ ଏବଂ ସପ୍ତାହାନ୍ତ ସଟ୍‌ଡାଉନ ସହ ପୂର୍ବଭଳି କଟକଣା ଜାରିରହିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ