ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁରରେ ସଚେତନତା କାର୍ଯ୍ୟକ୍ରମ

#ଜଗତପୁର(ଏନ୍.ଏମ୍.): କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ସ୍ଥିତ ଲକ୍ଷ୍ମଣପୁର ମଙ୍ଗଳା ବସ୍ତିରେ ଶ୍ରମ ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସିଭିଲ ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସ୍ୱୟଂପ୍ରଭା ଆଚାର୍ଯ୍ୟ ଯୋଗଦେଇ ସାଧାରଣ ଲୋକଙ୍କ ବିଭିନ୍ନ ସାମ୍ବିଧାନିକ ଓ ଆଇନ ଗତ ମୌଳିକ ଅଧିକାର ସମ୍ପର୍କରେ ସଚେତନ କରାଇଥିଲେ । ବିଶେଷ କରି ଅଣ ସଂଗଠିତ ଶ୍ରମିକମାନଙ୍କର ବିଭିନ୍ନ ଅଧିକାର ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା । ସାମାଜିକ କର୍ମୀ ମାନସ ପରିଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପିଏଲଭି ଲୋକନାଥ ଶତପଥୀ ଓ ଅକ୍ଷୟ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଙ୍ଗଳା ବସ୍ତି ସଙ୍ଘର ସଭାପତି କୈଳାଶ ସାହୁ ଓ ସମ୍ପାଦକ ବଳରାମ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବସ୍ତି ମହାସଂଘ କର୍ମକର୍ତ୍ତା ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ ।