ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀ ମହୋତ୍ସବ-୨୦୨୩

ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀ ମହୋତ୍ସବ-୨୦୨୩

ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀ ମହୋତ୍ସବ-୨୦୨୩

News by Kanhucharan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ନିମପୁର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବିଦ୍ୟାଳୟ ଖେଳ ପଡିଆରେ ବହୁ ଆଡମ୍ବରରେ ସରସ୍ୱତୀ ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟ ପଡିଆରେ ୨୦୦୮ ଠାରୁ ୨୦୨୨ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନେ ମୋଟ ୧୪ଗୋଟି ମଣ୍ଡପରେ ମା’ ସରସ୍ୱତୀଙ୍କ ପ୍ରତିମା ସ୍ଥାପନ କରି ପୂଜା କରିଥିଲେ । ତେବେ ୨୦୧୦ ମସିହା ମାଟ୍ରିକ ବ୍ୟାଚର ଛାତ୍ରମାନେ ପ୍ରଥମ ଏହି ସରସ୍ୱତୀ ମେଲଣ ଆରମ୍ଭ କରିଥିଲେ । ପୂଜା ପ୍ରଥମ ଦିନ ମେଲଣ ପଡିଆ ପେଣ୍ଡାଲରେ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇ ଥିଲା । ଆଜି ସଂନ୍ଧ୍ୟାରେ ମେଲୋଡି ଓମକାର ଦ୍ୱାରା ସଂଙ୍ଗୀତ, ଡ୍ୟାନ୍ସ ପରିବେଷଣ କରାଯାଇଥିଲା । ଏହି ସରସ୍ୱତୀ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ୪୮ନମ୍ବର ୱାର୍ଡ କର୍ପୋରେଟରଙ୍କ ପ୍ରତିନିଧି ନାଗେଶ୍ୱର ବେହେରାଙ୍କ ତତ୍ତ୍ୱାବଧାନାରେ ଏହି ସରସ୍ୱତୀ ମହୋତ୍ସବ ପରିଚାଳନା କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି