ଜଗତପୁରରେ ରାସନ ସାମଗ୍ରୀ ନପାଇ ଡିଲରଙ୍କୁ ଘେରିଲେ ହିତାଧିକାରୀ

ଜଗତପୁରରେ ରାସନ ସାମଗ୍ରୀ ନପାଇ ଡିଲରଙ୍କୁ ଘେରିଲେ ହିତାଧିକାରୀ

ଜଗତପୁରରେ ରାସନ ସାମଗ୍ରୀ ନପାଇ ଡିଲରଙ୍କୁ ଘେରିଲେ ହିତାଧିକାରୀ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): କୌଣସି ଜନସାଧାରଣ ଭୋକିଲା ପେଟରେ ରହିବେ ନାହିଁ । ଏଥି ପାଇଁ କେନ୍ଦ୍ର ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନା ବେଶ ଫଳପ୍ରଦ ହୋଇଛି । ତେବେ ରାଜ୍ୟରେ ବହୁ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହିଥିବା ଜାଣିବା ପରେ ରାଜ୍ୟସରକାର ମଧ୍ୟ ଏହି ଯୋଜନାରୁ ବଞ୍ôଚତ ହିତାଧିକାରୀଙ୍କୁ ରାସନକାର୍ଡ଼ ଯୋଗାଇ ଦେଇଛନ୍ତି । ଫଳରେ ରାଜ୍ୟରେ ପ୍ରତ୍ୟେକ ହିତାଧିକାରୀଙ୍କ ମୁଣ୍ଡପିଛା ୫କିଲୋଗ୍ରାମ ରାସନ ସାମଗ୍ରୀ (ଗହମ କିମ୍ବା ଚାଉଳ) ଯୋଗାଇ ଦେଉଛନ୍ତି । ଫଳରେ ୧ଟଙ୍କା ବିନିମୟରେ ଗରିବ ହିତାଧିକାରୀ ରାସନ ସାମଗ୍ରୀ ପାଇ ଭୋକ ଯନ୍ତ୍ରଣାରୁ ରକ୍ଷା ପାଇ ଯାଉଛି । ସରକାର ଏହି ଯୋଜନାକୁ ଅଧିକ ସରଳ କରିବା ନିମନ୍ତେ ୱାନ ନେସନ ୱାନ ରାସନ ବ୍ୟବସ୍ଥା ମଧ୍ୟ ପ୍ରଚଳନ କଲେ । ଫଳରେ ହିତାଧିକାରୀ ନିର୍ଦ୍ଦିଷ୍ଟ ଡିଲର ପାଖରୁ ରାସନ ନଆଣି ନିକଟସ୍ଥ ଯେ କୌଣସି ଡିଲର ନିକଟରୁ ସାମଗ୍ରୀ ଆଣି ପାରିବ । ମାତ୍ର ଏବେ ପ୍ରଶାସନ ତଥା ଯୋଗାଣ ବିଭାଗର ପଶାପାଲି ଭିତରେ ଲୋକେ ରାସନ ସାମଗ୍ରୀ ଠିକ୍ ସମୟରେ ପାଇ ପାରୁନାହାନ୍ତି । ପ୍ରତିମାସରେ ହିତାଧିକାରୀଙ୍କୁ ଡିଲରଙ୍କ ଜରିଆରେ ଯୋଗାଣ ବିଭାଗ ପକ୍ଷରୁ ରାସନ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ କଟକ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ ରାସନ ସାମଗ୍ରୀ କେନ୍ଦ୍ରରେ ଡିଲର ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଦେଇ ପାରୁନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଥିଲା । ହିତାଧିକାରୀ ରାସନ ଗଣ୍ଡାକ ପାଇଁ ଡିଲରଙ୍କ ନିକଟକୁ ବାରମ୍ବାର ଦୌଡ଼ିବା ପରେ ନିରାଶ ହୋଇ ଆଜି ୫୦ରୁ ଉର୍ଦ୍ଧ୍ୱ ଉପଭୋକ୍ତା ସଂଧ୍ୟାବେଳେ ରାସନ କେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ଡିଲର ପ୍ରବୀର ପଣ୍ଡାଙ୍କୁ ଘେରାଉ କରିଥିଲେ । ତେବେ ଏ ନେଇ ଶ୍ରୀ ପଣ୍ଡା ହିତାଧିକାରୀଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସବୁ କିଛି ବିଫଳ ହୋଇଥିଲା । ତେବେ ଚାଉଳ, ଗହମ କିମ୍ବା କିରୋସିନ ମାସମାସ ଧରି ଆସୁନଥିବାବେଳେ ସେ କେଉଁଠୁ ଆଣି ହିତାଧିକାରୀଙ୍କୁ ଦେବେ ବୋଲି କହିଛନ୍ତି ।
ତେବେ ସରକାର ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ଦେଉଥିବା ଡିଣ୍ଡିମି ପିଟୁଥିଲାବେଳେ ସିଏମସି ୪୮ନମ୍ବର ୱାର୍ଡ଼ରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଏପରିକି ଡିଲର ଶ୍ରୀ ପଣ୍ଡା ସମ୍ପର୍କୀୟ ତଥା ନିଜ ସମର୍ଥକଙ୍କୁ ଫୋନ ଯୋଗେ ଡାକି ରାସନ ସାମଗ୍ରୀ ଦେଉଥିବାବେଳେ ଅନ୍ୟ ହିତାଧିକାରୀଙ୍କୁ ସରିଗଲା କହି ଫେରାଇ ଦେବା ଦୁର୍ଭାଗ୍ୟଜନକ ବୋଲି ହିତାଧିକାରୀମାନେ କହିଛନ୍ତି । ତେବେ ଏ ନେଇ ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିବା ସରକାରଙ୍କ ସ୍ୱଚ୍ଛ ତଥା କଲ୍ୟାଣକାରୀ ଶାସନ ଉପରେ କୁଠାରଘାତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଏ ନେଇ ଯୋଗାଣ ବିଭାଗ ମନ୍ତ୍ରୀ, ଫାଇପ-ଟି ସଚିବ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ନିମନ୍ତେ ଅଞ୍ଚଳର ଧାରଣାରତ ହିତାଧିକାରୀମାନେ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ