ଚୌଦ୍ୱାର ରୂପଯାତ୍ରା ଭସାଣି ସମୟରେ ଅଘଟଣ: ପଟ୍ଟାମୁଣ୍ଡାଇ କେନାଲରେ ଭାସିଗଲେ ୩

ଚୌଦ୍ୱାର ରୂପଯାତ୍ରା ଭସାଣି ସମୟରେ ଅଘଟଣ: ପଟ୍ଟାମୁଣ୍ଡାଇ କେନାଲରେ ଭାସିଗଲେ ୩

ଚୌଦ୍ୱାର ରୂପଯାତ୍ରା ଭସାଣି ସମୟରେ ଅଘଟଣ: ପଟ୍ଟାମୁଣ୍ଡାଇ କେନାଲରେ ଭାସିଗଲେ ୩

News by Biswajit Dalai(Jagat pur)

ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ଐତିହାସିକ ରୂପଯାତ୍ରାର ଭସାଣି ଉତ୍ସବ ଧୁମଧାମରେ ଚାଲିଥିବାବେଳେ ୩ଟି ପରିବାର ମୁଣ୍ଡରେ ଚଡ଼କ ପଡ଼ିଯାଇଛି । ଯାତ୍ରା ଦେଖିବାପାଇଁ ଘରୁ ଆସି ଆଉ ଘରକୁ ନଫେରିବାରୁ ଘରେ କାନ୍ଦବୋବାଳି ପଡ଼ିଯାଇଥିଲା । ରୂପଯାତ୍ରାର ମଜା ଉଠାଇବାରେ ବ୍ୟସ୍ତଥିବା ତିନି ବନ୍ଧୁ ପଟ୍ଟାମୁଣ୍ଡାଇ କେନାଲରେ ଭାସି ଯାଇଥିବାବେଳେ ଆଜି ସକାଳୁ ସେମାନଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କଟକ ଚାଉଳିଆଗଞ୍ଜର ଦୁଇ ବନ୍ଧୁ ଚୌଦ୍ୱାର ଅଞ୍ଚଳର ଜଣେ ବନ୍ଧୁଙ୍କ ନିକଟକୁ ରୂପଯାତ୍ରା ଦେଖିବା ପାଇଁ ଆସିଥିଲେ । ମେଳଣ ପଡ଼ିଆରୁ ବିଭିନ୍ନ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ପାଣିରେ ବିସର୍ଜନ ଚାଲିଥିବା ସମୟରେ ୩ବନ୍ଧୁ ଶୌଚ ହେବା ପାଇଁ ନିକଟସ୍ଥ ଜଗତପୁର ପଟ୍ଟାମୁଣ୍ଡାଇ କେନାଲକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣକର ଗୋଡ଼ ଖସିଯିବାରୁ ସେ ଭାସିଯାଉଥିବାବେଳେ ତାକୁ ଉଦ୍ଧାର କରିବା ପାଇଁ ଅନ୍ୟ ଦୁଇଜଣ ବନ୍ଧୁ କେନାଲକୁ ପଶିଥିଲେ । କିନ୍ତୁ କେନାଲରେ ପ୍ରବଳ ସ୍ରୋତ ଥିବାରୁ ସେମାନେ ନିଜକୁ ନିୟନ୍ତ୍ରଣ କରି ନପାରି ସମସ୍ତେ ଭାସି ଯାଇଥିଲେ । ଭାସିଯାଇଥିବା ଯୁବକଙ୍କ ମଧ୍ୟରେ ୩ ଜଣ କଟକ ଚାଉଳିଆଗଞ୍ଜର ତ୍ରିଲୋଚନ ମହାଲ, ନିଲୁ ସାହୁ ଏବଂ ଚୌଦ୍ୱାର ଅଞ୍ଚଳର ବାଦଲ ସାହୁ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ଖବର ପାଇ ଜଗତପୁର ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ବେଳେ ୩ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ତେବେ ଏଭଳି ଦୁଃଖଦ ଖବର ମିଳିବା ପରେ ଆଜି ପୂର୍ବାହ୍ନରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତରଞ୍ଜନ ବିଶ୍ୱାଳ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିବା ସହ ସମବେଦନା ଜଣାଇଛନ୍ତି । ଜଗତପୁର ଆଇଆଇସି ରବୀନ୍ଦ୍ରନାଥ ମେହେରଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଟିମ ମୃତକମାନଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡାକ୍ତରଖାନା ପଠାଇବା ସହ ଏକ ଅପମୃତ୍ୟୁମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ