ଚୌଦ୍ୱାର ମହାବିଦ୍ୟାଳୟରେ ଏକାଡେମିକ ବ୍ଲକ ବିଲ୍‌ଡିଂର ଶିଳାନ୍ୟାସ

ଚୌଦ୍ୱାର ମହାବିଦ୍ୟାଳୟରେ ଏକାଡେମିକ ବ୍ଲକ ବିଲ୍‌ଡିଂର ଶିଳାନ୍ୟାସ

ଚୌଦ୍ୱାର ମହାବିଦ୍ୟାଳୟରେ ଏକାଡେମିକ ବ୍ଲକ ବିଲ୍‌ଡିଂର ଶିଳାନ୍ୟାସ

News by Smruti Ranjan Tripathy (Choudwar)

ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି । ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷାଦାନ ନିମନ୍ତେ ଏହାର ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆଜି ଏକାଡେମିକ ବିଲ୍ଡିଂର ଶିଳାନ୍ୟାସ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଯୋଗଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ରାଜ୍ୟ ସରକାରଙ୍କ ଓଡ଼ିଶା ହାଇୟର ଏଜୁକେସନ ପ୍ରୋଗ୍ରାମ ଫର ଏକ୍ସିଲେନ୍ସ ଆଣ୍ଡ ଇକ୍ୟୁଇଟି ତରଫରୁ ୩କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ ବୋଲି ଜଣାପଡ଼ିଛି । ତେବେ ଚୌଦ୍ୱାର ଆରଏଣ୍ଡବି ବିଭାଗ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ନେଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ଏହି ଶିକ୍ଷାନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଥିବା କହିଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ଏକ ଛୋଟିଆ ଝଲକ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ କହିବା ସହ ଆଗାମୀ ଦିନରେ ଏହି ଶିକ୍ଷାନୁଷ୍ଠାନର ଅଧିକ ଉନ୍ନତିକରଣ କରାଯିବ ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କଲେଜ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଦେବତା, ଆରଏଣ୍ଡବି ଅଧିକ୍ଷକ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ଚୌଦ୍ୱାର ପୌରପାଳିକାର ନିର୍ବାଚିତ କାଉନସିଲଙ୍କ ସହିତ କଲେଜ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । କଲେଜ ଅଧ୍ୟକ୍ଷ ଶ୍ରୀ ଦେବତା କଲେଜର କ୍ଲାସରୁମ, ସାଇନ୍ସ ଲାଇବ୍ରେରୀ, କମ୍ୟୁନିଟି ଲ୍ୟାବ, ଶୌଚାଳୟ ଆଦି ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଆଗକୁ କଭଳି ରାଜ୍ୟସରକାରଙ୍କ ଅଧୀନରେ ଥିବା ମୋ’ କଲେଜ ବ୍ୟବସ୍ଥା ଅନୁଯାୟୀ ଚୌଦ୍ୱାର କଲେଜକୁ ଏକନମ୍ବର କରାଯିବ ସେ ନେଇ ପଦକ୍ଷେପ ନେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆରଏନବି ଅଧିକ୍ଷକ ଶ୍ରୀ ମହାନ୍ତି ଆସନ୍ତା ୨୦୨୩ ଜୁଲାଇ ଶେଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି କହିଥିଲେ । ସୁବ୍ରତ ସାମଲ ଧନ୍ୟବାଦ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି