ଚୌଦ୍ୱାର-କଟକ ବିଜେଡିର ଜନସମ୍ପର୍କ ପଦଯାତ୍ରା
ଐତିହାସିକ ଶିଳ୍ପନଗରୀକୁ ବୁଲିଲେ ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକ
#କଟକ(ଏନ୍.ଏମ୍.): ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଚାଲିଛି ଜନସମ୍ପର୍କ ପଦଯାତ୍ରା । ଅକ୍ଟୋବର ୨ରୁ ଆରମ୍ଭ ହୋଇ ଚାଲିଥିବା ଏହି ପଦଯାତ୍ରା ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳରେ ଏହାକୁ ଅକୁଣ୍ଠ ସମର୍ଥନ ମିଳିଛି । ଏହି ପଦଯାତ୍ରାକୁ ଦେଖିଲେ ୨୫ବର୍ଷର ବିଜେଡି ସରକାର ଦିନକୁ ଦିନ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କୁ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟପନ୍ଥା ରାଜ୍ୟର ବିକାଶରେ ସହାୟକ ହୋଇ ପାରିଛି । ରାଜ୍ୟସରକାରଙ୍କ ପକ୍ଷରୁ ବହୁ ଜନହିତକର ଯୋଜନା ରାଜ୍ୟବାସୀଙ୍କୁ ହୃଦୟକୁ କିଣି ନେଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ଐତିହାସିକ ଶିଳ୍ପନଗରୀ ଚୌଦ୍ୱାର ପୌରାଞ୍ଚଳରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ହାତଗଢ଼ା ଶିଳ୍ପ ନଗରୀର ପୁନରୁଦ୍ଧାର ତଥା ଶ୍ରମିକମାନଙ୍କ ଦୁର୍ଦ୍ଦଶାର ସମାଧାନ ପାଇଁ ସରକାର ସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ଫଳରେ ଏହି ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିରୋଧୀ ଶୂନ୍ୟ ହେବାରେ ଲାଗିଛି । କଟକ ମହାନଗର ନିଗମ ହେଉ ବା ଚୌଦ୍ୱାର ପୌରାଞ୍ଚଳ ସବୁଠାରେ ବିଜେଡି ତା’ର ଦପଦପା ବଜାୟ ରଖିପାରିଛି । ପୂର୍ବତନ ବିଧାୟକ ତଥା ବରିଷ୍ଠ ସଂଗଠକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା କାର୍ଯ୍ୟକ୍ରମ କଟକ ମହାନଗର ନିଗମର ୪୮ ଓ ୪୯ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳ ସହିତ ଚୌଦ୍ୱାର ପୌରାଞ୍ଚଳର ୧୯ଟି ଯାକ ୱାର୍ଡ଼ରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷାଦେବୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିଭଳି ବିଜେଡି ସମଗ୍ର ରାଜ୍ୟର ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଥିବାବେଳେ ଆଗାମୀ ଦିନରେ ମଧ୍ୟ ଗୁରୁତ୍ୱ ଜାରି ରହିବ ବୋଲି ମତପ୍ରକାଶ କରିଥିଲେ । ବିଧାୟକ ସୌଭିକ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ପଦଯାତ୍ରା ଓ ସାଧାରଣ ସଭାରେ ନବୀନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀ, ଜିଲ୍ଲା କମିଟି ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ, କର୍ପୋରେଟର ନଳିନୀ ବେହେରା, ପୂର୍ବତନ କର୍ପୋରେଟର ଜୟଦେବ ଜେନା, ଦୟାନିଧି ନାୟକ, ନବକିଶୋର ସ୍ୱାଇଁ, ମିତାଲି ଭଞ୍ଜ, ତିର୍ଥାନନ୍ଦ ପଣ୍ଡା, ନାଗେଶ୍ୱର ବେହେରା, ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ରାଜ୍ୟ ଯୁଗ୍ମ ସମ୍ପାଦକ ଅର୍ଜୁନ ପଣ୍ଡା, ଯୁବ ସଭାପତି ଶାରଦା ରଞ୍ଜନ ପରିଡା, ଅଚ୍ୟୁତ ଘୋଷଙ୍କ ସମେତ ସମସ୍ତ ବିଜେଡି କାଉନସିଲର ଓ ବିଜେଡିର ସମସ୍ତ କର୍ମୀ ଯୋଗ ଦେଇଥିଲେ ।