ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ଉଦ୍‌ଘାଟିତ

ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ଉଦ୍‌ଘାଟିତ

ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ଉଦ୍‌ଘାଟିତ

News by Sambitbhusan senapati (Khandapada)

ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ତପସ୍ୟା ଆର୍ଟ ଆଣ୍ଡ ମ୍ୟୁଜିକ ବିଦ୍ୟାଳୟ ପକ୍ଷରୁ ଗ୍ରୀଷ୍ମକାଳିନ ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ସୁନାମଧ୍ୟନ୍ୟ ବିଶିଷ୍ଟ ଚିତ୍ରଶିଳ୍ପୀ ଲଡୁକିଶୋର ସିଂହସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ବ୍ଲକ ଶିକ୍ଷାଧିକାରୀ ପ୍ରତାପ କିଶୋର ପଟ୍ଟନାୟକ, ଯୁବ ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଚିତରଞ୍ଜନ ଦାଶ ସ୍ୱାଗତ ଭାଷଣ ଓ ଯୁବ ସାମ୍ବାଦିକ ଜନ୍ମେଜୟ ଦଳେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭବାନୀ ଶଙ୍କର ସିଂହସାମନ୍ତଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଦୁର୍ଗାପ୍ରସାଦ ଆଚାର୍ଯ୍ୟ କର୍ମଶାଳା ଅୟୋଜନର ମୁଖ୍ୟଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରତି ରୁଚି ରଖୁଥିବା ୩୦ ଜଣ ଛାତ୍ରଛାତ୍ରୀ କର୍ମଶାଳାରେ ଯୋଗ ଦେଇଥିଲେ । ଆସନ୍ତା ୧୫ ତାରିଖ ଅପରାହ୍ନରେ କର୍ମଶାଳା ଉଦ୍‌ଯାପିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି