ଚମକିବ ଐତିହାସିକ ଗଡ଼ଖାଇ: ଘନଘନ ଚାଲିଛି ସମୀକ୍ଷା


#କଟକ(ଏନ୍.ଏମ୍.): ଦୀର୍ଘବର୍ଷ ପରେ ଐତିହାସିକ ଗଡ଼ଖାଇ ପୁଣି ଚମକିବ । କଲିକତି ଦଳ ସହିତ ବିଭିନ୍ନ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଥିବା ଗଡଖାଇକୁ ଏବେ ସଫେଇ କରା ଯାଉଛି । କଟକରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ବିଶ୍ୱକପର ଉଦ୍ଘାଟନ ସମରୋହକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ବ୍ୟାପକ ସୌନ୍ଦର୍ଯକରଣ କାର୍ଯ୍ୟ କରାଯାଉଥିବାବେଳେ ଏବେ ସହରର ଐତିହାସିକ ଗଡ଼ଖାଇ ସଫା କରାଯାଉଛି । ସିଏମସି ପକ୍ଷରୁ ଏହାକୁ ସଫା କରାଯାଇ ସମ୍ପୂର୍ଣ୍ଣ ପୁନରୁଦ୍ଧାର କରିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟର ସ୍ଥିତକୁ ସିଏମସି ମେୟର ସୁବାସ ସିଂହ, କର୍ପୋରେଟର ତଥା ୱାର୍କ୍ସ କମିଟି ଅଧ୍ୟକ୍ଷ ପ୍ରଦୀପ୍ତ ଖୁଣ୍ଟିଆଙ୍କ ସମେତ ସିଏମ୍ସିର ଅଧିକାରୀମାନେ । କାନୋମିକ୍ସ ଟେକ୍ନୋଲୋଜି ଦ୍ୱାରା ଦଳ ସେଫଇ କରାଯାଉଛି । ଏଥିପାଇଁ ବର୍ଷକୁ ୩.୫ କୋଟି ଟଙ୍କା ନେବ ଦଳ ସଫେଇ କରିଥିବା ସଂସ୍ଥା । ଗଡ଼ଖାଇର ପୁନରୁଦ୍ଧାର ସହ ଆଲୋକୀକରଣ ଓ ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯିବ ବୋଲି ମେୟର କହିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଗଡ଼ଖାଇର ସ୍ଥାୟୀ ପୁନରୁଦ୍ଧାର ହେବ । ସମ୍ପୂର୍ଣ୍ଣ ଆୟୁବେର୍ଦିକ ଉପଚାର ଦ୍ୱାରା ଗଡ଼ଖାଇର ଜଳକୁ ପରିଷ୍କାର କରାଯିବା ସହ ଏହାକୁ ବ୍ୟବହାର ଉପେଯାଗୀ ବି କରାଯିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଉଛି । ହକି ବିଶ୍ୱକପ ଉଦ୍ଘାଟଟନୀ ଉତ୍ସବ ପୂର୍ବରୁ ଗଡଖାଇକୁ ପରିଷ୍କାର କରାଯାଇ ନୂତନ ରୂପେରଖ ଦିଆଯିବ ବୋଲି ସିଏମସ ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ ପ୍ରକାଶ କରିଛନ୍ତି ।