ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ

ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ

ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ


କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ଅଞ୍ଚଳରେ ଗୁଡ଼ି ଉଡ଼ାଇବାବେଳେ ଅଘଟଣ । ବେକରେ ମାଞ୍ଜାସୂତା ଗୁଡ଼ାଇ ହୋଇ ବେକ କଟି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଗୁଡ଼ି ଉଡାଇବାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବି ରଖିଛନ୍ତି । ସୂଚନା ଅନୁଯାୟୀ ପୀର ବଜାର ରାସ୍ତା ଦେଇ ସ୍ୱାମୀ-ସ୍ତ୍ରୀ ବାଇକରେ ଯାଉଥିବାବେଳେ ହଠାତ ଗୁଡ଼ିସୂତା ବେକରେ ଗୁଡ଼ାଇ ହୋଇ ଯିବା ସହ ବେକ କଟି ଯାଇଥିଲା । ଫଳରେ ଉଭୟେ ବାଇକରୁ ପଡ଼ିଯାଇଥିଲେ; ଉଭୟଙ୍କୁ ସ୍ଥାନୀୟ ଡାକ୍ତର ଖାନାକୁ ନିଆଯାଇଥିବାବେଳେ ଡାକ୍ତର ସ୍ୱାମୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଜଣକ ଭୟରପୁର ଗ୍ରାମର ଜୟନ୍ତ ସାମଲ ବୋଲି ଜଣାପଡ଼ିଛି ।
ତେବେ ରାସ୍ତାରେ କିମ୍ବା ଜନବସତି ଭିତରେ ଗୁଡ଼ି ଉଡ଼ାଇବାକୁ ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଥିବାବେଳେ ଚଳିତ ବର୍ଷ ଗୁଡ଼ି ଉଡା କଟକଣାକୁ କେହି ପାଳନ କରୁନଥିବା ଦେଖିବାକୁ ମିଳିଛି । କଟକ ସହର ସମେତ ଏହାର ଉପକଣ୍ଠରେ ରାସ୍ତା ଉପରେ ପିଲାମାନେ ଗୁଡ଼ି ଉଡାଇବା ଦ୍ୱାରା ଏଭଳି ଦୁର୍ଘଟଣା ବାରମ୍ବାର ଘଟିବା ଫଳରେ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଥିଲା । ବିଗତ ବର୍ଷ ମାନଙ୍କ କଟକରେ ଏକାଧିକ ବ୍ୟକ୍ତିଙ୍କ ପ୍ରାଣହାନି ହୋଇଥିବାବେଳେ ବହୁ ଲୋକ ଗୁରୁତର ଆହତ ହୋଇଥିଲେ । ତେଣୁ ଏଥି ସହିତ ପ୍ଲାଷ୍ଟିକ କିମ୍ବା ମାଞ୍ଜା ସୂତା ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଡ଼ି ଉଡାଇବା ପାଇଁ ସହରର ୧୦ଟି ସ୍ଥାନ ନିରୂପଣ କରାଯାଇଥିବାବେଳେ ଏସବୁ କଟକଣା ପାଣିର ଗାର ସଦୃଶ ହୋଇଛି । ତେଣୁ ଏ ନେଇ ଜିଲ୍ଲାପ୍ରଶାସନ ଓ କମିଶନରେଟ ପୁଲିସ ପକ୍ଷରୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ