ଗୁରୁବାବା ନାନକଙ୍କ ୫୫୩ ତମ ଜୟନ୍ତୀ : ମାନବବାଦ ଓ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ଅହମଦୀୟା ମୁସଲିମ

ଗୁରୁବାବା ନାନକଙ୍କ ୫୫୩ ତମ ଜୟନ୍ତୀ : ମାନବବାଦ ଓ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ଅହମଦୀୟା ମୁସଲିମ

ଗୁରୁବାବା ନାନକଙ୍କ ୫୫୩ ତମ ଜୟନ୍ତୀ
ମାନବବାଦ ଓ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ଅହମଦୀୟା ମୁସଲିମ

News by Dillip Kumar Muduli (BBSR)

ଭୁବନେଶ୍ୱର (ଏନ୍‌.ଏମ୍‌.): ଗୁରୁ ବାବା ନାନକଙ୍କ ଜନ୍ମ ଦିନ ଉପଲକ୍ଷେ ଖାରବେଳ ନଗର ୟୁନିଟ ୩ ସ୍ଥିତ ଗୁରୁଦ୍ୱାରା ସିଂ ସଭା ଚଳଚଞ୍ଚଳ ହୋଇ ଉଠିଛି । ଗୁରୁବାବା ନାନକଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହ ଦେଖିବାକୁ ମିଳିଛି । ମାନବବାଦ ଏବଂ ଭାଇଚାରାର ବାର୍ତ୍ତା ବାଣ୍ଟିବା ପାଇଁ ଅହମଦୀୟା ମୁସଲିମ ସମ୍ପ୍ରଦାୟ ଭୁବନେଶ୍ୱରର ମୌଲାନା ‘ଜଲ ହକ ଖାଁ, ସଚିବ ମୁବାରକ ଅହମଦ, ତହରିକ ଜଦିଦ ସଚିବ ନିଜାମୁଦ୍ଦିନ ଖାଁ, ସଭାପତି ଅହମଦୀୟା ଯୁବ ସଂଗଠନ ସମିର ଅହମଦ ଏବଂ ପୂର୍ବତନ ସଭାପତି ଅହମଦୀୟା ଯୁବ ସଂଗଠନ ଅହମଦ ସଲାମ ପ୍ରମୁଖ ଗୁରୁଦ୍ୱାରକୁ ଯାଇ ସେବାଦାରଙ୍କ ସହ ଭେଟ କରିି ମିଷ୍ଠାନ ଓ ବିଶ୍ୱଭାଇଚାରାର ବାର୍ତ୍ତା ବଣ୍ଟନ କରିଥିଲେ । ପ୍ରକାଶ ଥାଉ କି ବିଶ୍ୱବ୍ୟାପ୍ତ ଅହମଦୀୟା ମୁସଲିମ ସମ୍ପ୍ରଦାୟ ସମସ୍ତ ଧର୍ମାବତାରମାନଙ୍କ ଉପରେ ନିଃସନ୍ଦେହରେ ବିଶ୍ୱାସ ଆଣିଥାଏ । ସେମାନଙ୍କୁ ଈଶ୍ୱର ପ୍ରେରୀତ ଦୂତ ମନେକରିଥାଏ । ସମସ୍ତ ଅବତାର ଓ ଧର୍ମ ପୁସ୍ତକର ସମ୍ମାନ ଓ ସତ୍କାର କରିଥାଏ । ତେଣୁ ଏହି କାର୍ଯ୍ୟକ୍ରମରେ ହରମନଯିତ ସିଂ ଏବଂ ସୁଖଜିନ୍ଦର ସିଂ ଦରବାର ଶାହି ଯୋଗ ଦେଇ କୀର୍ତ୍ତନ ପାଠ କରିଥିଲେ । ଗୁରୁ ବାବା ନାନକ କୁହନ୍ତି; କେବେବି କାହାରି ଅଧିକାରକୁ ଛଡ଼ାଇ ନିଅ ନାହିଁ । ଦୁନିଆରେ କେହି ବ୍ୟକ୍ତି ଭ୍ରମରେ ନରହୁ କି କୌଣସି ଗୁରୁ ବିନା କେହି ଅନ୍ୟ ପାରିକୁ ପହଞ୍ଚିପାରିବ । ଗୁରୁ ଦ୍ୱାରା ସୁଖି ରହିବ ପରିବାର । ଈଶ୍ୱର ଏକ । ସେ ସର୍ବତ୍ର ବିଦ୍ୟମାନ । ସେଥିଯୋଗୁଁ ଆମ ସଭିଙ୍କୁ ମିଳିମିଶି ରହିବା ଉଚିତ୍ । ଏ ଦୁନିଆ ଦୁଃଖ କଷ୍ଟରେ ଭରା, ଯାହାକୁ ନିଜ ଉପରେ ଭରସା ଅଛି ସେହିଁ ବିଜୟ ଲାଭ କରିବ । କେବଳ ସେହି କଥା କହିବା ଉଚିତ୍ ଯାହା ଆମକୁ ସମ୍ମାନ ଦେଇପାରିବ । ନା କେହି ହିନ୍ଦୁ, ନା କେହି ମୁସଲମାନ ଆମେ ସମସ୍ତେ ମନୁଷ୍ୟ ସେଥି ଯୋଗୁଁ ଆମେ ସମାନ । ଜୀବନରେ କେବେ ହେଲେ ଏହା ଭାବ ନାହିଁ କି କୌଣସି କାର୍ଯ୍ୟ କଠିନ । ଲାଲଚ ମନର ମଇଳା ଏବଂ ମିଛ ଜିହ୍ୱାର ମଇଳା । ଆଖିର ମଇଳା ପର ସ୍ତ୍ରୀ ଉପରେ ଲୋଲୁପ ଦୃଷ୍ଟି ପକାଇବା । କାନର ମଇଳା ଖରାପ କଥା ଶୁଣିବା । ଯେଉଁ ଦିନ ଆମ ଆତ୍ମା ପରମାତ୍ମା ସହ ବାର୍ତ୍ତାଳାପ କରିବା ଆରମ୍ଭ କରିଦେବ, ସେହି ଦିନ ଠାରୁ ଆମ ଅସୁବିଧା ଆମ ଠାରୁ ଛାଡ଼ି ଚାଲିଯିବ । ଏହି ବନ୍ଧୁମିଳନ ଅବସରରେ ଗୁରୁଦ୍ୱାର କମିଟିର ମୁଖ୍ୟ ମହିନ୍ଦର ସିଂ ଏବଂ ଯଶପାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି