ଗୁଡ଼ି ଉଡ଼ା ଉପରେ କଟକଣା ଲଗାଇବାକୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଡ଼ି ଉଡ଼ା ଉପରେ କଟକଣା ଲଗାଇବାକୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଡ଼ି ଉଡ଼ା ଉପରେ କଟକଣା ଲଗାଇବାକୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

News by Kanhu charana Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଗୁଡିଉଡା ଲାଇଲନ ମାଞ୍ଜା ସୂତା ବିକ୍ରିକୁ ରୋକ ଲଗାଇବାକୁ “କଟକ-ଚୌଦ୍ୱାର ବିକାଶ ପରିଷଦ’ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ନେଇ ପରିଷଦ ପକ୍ଷରୁ ଜଗତପୁର ଥାନାର ଆଇଆଇସି ରବୀନ୍ଦ୍ରନାଥ ମେହେରଙ୍କ ଜରିଆରେ ପ୍ରଦତ୍ତ ଦାବିପତ୍ରରେ ସହରରେ ଗୁଡିଉଡ଼ା ଏବଂ ଲାଇଲନ ମାଞ୍ଜାସୂତା ବିକ୍ରି ଉପରେ କଟକଣା ଲଗାଇବା ପାଇଁ ଦାବି କରାଯାଇଛି । ସମ୍ପ୍ରତି ଗୁଡିଉଡ଼ା ଜୀବନ ପାଇଁ କାଳ ସୃଷ୍ଟି କରୁଛି । ଲାଇଲନ ମାଞ୍ଜାସୂତାରେ ବେକ କଟି ପ୍ରତିବର୍ଷ ବହୁ ଜୀବନ ହାନି ହେବାସହ ଚଳିତବର୍ଷ ମଧ୍ୟ ଜଗତପୁର ବିରୂପା ବ୍ରିଜ ନିକଟରେ ମାଞ୍ଜାସୂତା ଲାଗିବା ଯୋଗୁଁ ଅଳ୍ପକେ ମୃତ୍ୟୁ ମୁଖରୁ ଜଣେ ଯୁବକ ବର୍ତ୍ତି ଯାଇଛନ୍ତି । ବଜାରରେ ଏହି ମାଞ୍ଜାସୂତା ବହୁଳ ମାତ୍ରାରେ ଓ ଅବାଧରେ ବିକ୍ରି ଚାଲିଛି । ପ୍ରତିବର୍ଷ ପ୍ରଶାସନ ପକ୍ଷରୁ କେବଳ ନାମକୁ ମାତ୍ର ଏପରି ମାଞ୍ଜା ସୂତା ବିକ୍ରିକୁ ବାରଣ କରାଯାଉଥିଲେ ମଧ୍ୟ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏପରି ଅଘଟଣ ପ୍ରତିବର୍ଷ ଘଟି ଚାଲିଛି । ପ୍ରକାଶ ଥାଉ କି ଗତବର୍ଷ ଠିକ ଏହି ସମୟରେ ଜଗତପୁର ଥାନା ଅଧିନସ୍ଥ ପୀରବଜାର ଠାରେ ଗୁଡି ସୂତା ଲାଗି ଜଣେ ଅଳ୍ପବୟସ୍କ ଯୁବକ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ଏଣୁ ଏପରି ମାଞ୍ଜାସୂତା ବିକ୍ରି କରୁଥିବା ଦୋକାନୀ ଉପରେ ପୁଲିସ ଚଢ଼ାଉ କରିବା ସହ ଯେଉଁ ବ୍ୟକ୍ତିମାନେ ଯାତାୟତ ରାସ୍ତା ଓ ଜନବସତି ସ୍ଥାନରେ ଗୁଡି ଉଡାଉଛନ୍ତି ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବାପାଇଁ ଦାବି କରିଛି କଟକ ଚୌଦ୍ୱାର ବିକାଶ ପରିଷଦ । ବିଭିନ୍ନ ଅଞ୍ଚଳରେ ଯେପରି ପାର୍ବଣ ସମୟରେ ମୂର୍ତ୍ତି ବିସର୍ଜନ ପାଇଁ, ବାଣ ଦୋକାନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଏ ସେହିଭଳି ବିଭିନ୍ନ ଅଞ୍ଚଳରେ ଗୁଡି ଉଡାଇବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଉ ବୋଲି ମଧ୍ୟ ଦାବି ହୋଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ମାନସ ପରିଡାଙ୍କ ସମେତ କଟକ ପୂର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତା ଅଲେଖ ଚନ୍ଦ୍ର ବେହେରା, ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା, ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ପଦ୍ମନାଭ ବେହେରା, ଶିବଚରଣ ପ୍ରଧାନ, ଗୋବର୍ଦ୍ଧନ ସାହୁ, କିଶୋର ନାୟକ, ବସ୍ତି ସଙ୍ଘ ନେତା ଚିତ୍ତରଞ୍ଜନ ମହାନ୍ତି, ବଂଶୀଧର ବେହେରା, ଜୟନାରାୟଣ ତ୍ରିପାଠୀ, ଅଶ୍ୱିନୀ ମହାରଣା, ସୁଶୀଲ ମହାନ୍ତି, ପ୍ରତାପ ପରିଡା, ନଗେନ୍ଦ୍ର ମହାପାତ୍ର, ଉମାଶଙ୍କର ସାମଲ, ସୁବାସ ସୁବୁଦ୍ଧିରାୟ, ଚିରଞ୍ଜୟ ବେହେରା, ପ୍ରବୀର ରଥ, ଶେଖ ଅସଲମ ପ୍ରମୁଖ ଯୋଗଦେଇ ଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ