ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ


ଭୁବନେଶ୍ୱର (ଏନ୍‌.ଏମ୍‌.): କରେନା ଯୋଗୁଁ ଦୀର୍ଘ ଦିନ ପରେ ଆସନ୍ତା ନୂଆବର୍ଷରୁ ପ୍ରାଥମିକ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜାନୁଆରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟାରୁ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ପୂର୍ବ ଗାଇଡଲାଇନ୍ ଅନୁସାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ । ତେବେ ଯେଉଁଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ରହିଛି, ସେଠାରେ ସମ୍ମେଟିଭ୍ ପରୀକ୍ଷା ଚାଲୁଥିବାରୁ ଜାନୁଆରୀ ୧୦ତାରିଖ ପରେ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଥିଲା । ଫଳରେ ପିଲାମାନେ ସ୍କୁଲରେ ଯେଉଁ ଶିକ୍ଷା ପାଉଥିଲେ ଘରେ ରହିବା ଦ୍ୱାରା ସେଥିରୁ ବଞ୍ôଚତ ହୋଇଥିଲେ । କରୋନାର ପ୍ରଭାବ ହ୍ରାସ ପାଇବା ପରେ ରାଜ୍ୟ ସରକାର ଅନଲାଇନ ପାଠ ପଢ଼ାଇବାର ବ୍ୟବସ୍ଥା କରିଥିଲେ । ମାତ୍ର ଏହି ବ୍ୟବସ୍ଥା ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିନଥିଲା । କେଉଁଠି ଅଭିଭାବକମାନେ ଆର୍ଥିକ ଅନାଟନ ଯୋଗୁଁ ପିଲାମାନଙ୍କୁ ମୋବାଇଲ ଦେବା ପାଇଁ ଅକ୍ଷମତା ପ୍ରକାଶ କରିଥିବାବେଳେ ଆଉ କେତେକ ସ୍ଥାନରେ ନେଟୱର୍କ ସମସ୍ୟା ଯୋଗୁଁ ଅନଲାଇନରେ ପାଠ ପଢ଼ିବା ସମ୍ଭବ ହୋଇ ନଥିଲା । କାରଣ, ଯେଉଁ ରାଜ୍ୟରେ ୨ଓଳି ୨ମୁଠା ଖାଇବା ସମ୍ଭବ ହେଉନଥିବାବେଳେ ସେ ପରିସ୍ଥିତିରେ ନିଜ ପିଲାଙ୍କୁ ଆଣ୍ଡ୍ରଏଡ୍ ଫୋନ୍ ଦେବା କାଠିକର ପାଠ ହୋଇଥିଲା । ତଥାପି କେତେକ ଅଭିଭାବକ ନିଜ ଉପାର୍ଜିତ ଅର୍ଥରୁ କିଛି ସଞ୍ଚୟ କରି ଆଣ୍ଡ୍ରଏଡ୍ ଫୋନ୍ କିଣି ପିଲାଙ୍କୁ ପାଠ ପଢ଼ିବାକୁ ଦେଇଥିଲେ ମଧ୍ୟ ନେଟୱର୍କ ସମସ୍ୟା ଯୋଗୁ ଅନଲାଇନ ପାଠପଢ଼ା ଦିଗହରା ହୋଇଥିଲା । ତେବେ ଏନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ପରେ ସ୍କୁଲ୍ ଖୋଲିଥିବା ଜଣାପଡ଼ିଛି । ଏବେ ରାଜ୍ୟରେ ଥିବା ୨୭ହଜାର ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳିବ । ପୂର୍ବ ପରି କ୍ଲାସ ରୁମରେ ବସି ପିଲାମାନେ ପାଠ ପଢ଼ିବେ । କିନ୍ତୁ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ଭାବେ ପଳନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି