ଖ୍ରୀଷ୍ଟ କଲେଜରେ ବିଶ୍ୱକପ୍ ହକି ପାଇଁ ଶୋଭାଯାତ୍ରା ଓ ରଙ୍ଗୋଲି ପ୍ରତିଯୋଗୀତା
#କଟକ(ଏନ୍.ଏମ୍.): ଖ୍ରୀଷ୍ଟ କଲେଜର ଛାତ୍ରଛାତ୍ରୀମାନେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ହକିର ସଫଳତା ପାଇଁ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରିଛନ୍ତି । ଏଥିସହିତ ହକି ପ୍ରେମୀମାନଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ ବିଶ୍ୱକପ୍ ହକି ସମ୍ପର୍କୀତ ରଙ୍ଗୋଲି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । କଲେଜର ଅଧ୍ୟକ୍ଷା ମଧୁମିତା ପାତ୍ର ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ବିଚାରକ ଡଃ ଜିତା ରାୟ, ଡଃ ସାରଦା ପ୍ରସାଦ କର, ଡଃ ସ୍ୱାତୀ ମହାନ୍ତିଙ୍କ ଚୟନ କ୍ରମେ +୩ ଶ୍ରେଣୀର ସ୍ମିତାରାଣୀ ବେହେରା ପ୍ରଥମ, ନିକିତା ମହାନ୍ତି ଦ୍ୱିତୀୟ, ପାରୁଲ୍ ଜେନା ତୃତୀୟ ଓ +୨ ଶ୍ରେଣୀର ଅନ୍ନପୂର୍ଣ୍ଣା ସାହୁ ପ୍ରଥମ, ଶିବାନୀ ସୁଚରିତା ଦ୍ୱିତୀୟ ଏବଂ ତନୁଶ୍ରୀ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । କ୍ରୀଡାପରିଷଦର ସଂଯୋଜକ ଅଧ୍ୟାପକ ଶୋଭନ ପଣ୍ଡା ଓ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସ୍ୱାତୀ ଦାଶଙ୍କ ସହିତ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।