ଖଣ୍ଡପଡା ବ୍ଳକ ପରିକ୍ରମା କଲା କୃଷି ରଥ
ଖଣ୍ଡପଡା(ଏନ୍.ଏମ୍.): ରାଜ୍ୟ ସରକାର କୃଷକ ମାନଙ୍କ ହିତ ନିମନ୍ତେ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି । ସମସ୍ତ ସରକାରୀ ଯୋଜନା ସଂପର୍କରେ କୃଷକମାନଙ୍କୁ ସଚେତନ କରିବାର ଲକ୍ଷ୍ୟ ନେଇ ସୋମବାର ଠାରୁ ଖଣ୍ଡପଡା ବ୍ଳକ ପରିକ୍ରମା ଆରମ୍ଭ କରିଛି କୃଷି ରଥ । ଖଣ୍ଡପଡା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ କୃଷି ରଥକୁ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ନୟାଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୃପ୍ରିୟା ବେହେରା । ଖଣ୍ଡପଡା ବ୍ଳକ କୃଷି ଅଧିକାରୀ ଭବାନୀ ଶଂକର ମିଶ୍ର କାର୍ଯକ୍ରମରେ ସଂଯୋଜନା କରିଥିବା ବେଳେ କୃଷି ବିଭାଗର ବରିଷ୍ଠ ଅଧିକାରୀ ମିଲନ କୁମାର ସ୍ୱାଇଁ, ଆତ୍ମାର ଅଧ୍ୟକ୍ଷ ନାରାୟଣ ଆଚାର୍ଯ୍ୟଙ୍କ ସମେତ ପଂଚାୟତସ୍ତରୀୟ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ୭ଦିନ ମଧ୍ୟରେ କୃଷକ ରଥ ଖଣ୍ଡପଡା ବ୍ଳକର ୨୨ଟି ପଂଚାୟତ ପରିକ୍ରମା କରିବ ବୋଲି କୃଷି ବିଭାଗ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।