କୟଳପଡ଼ାରେ ଫଡଲାଇଟ ମ୍ୟାଚ୍ ଉଦ୍ଯାପିତ
କଟକ(ଏନ୍.ଏମ୍.): କ୍ରିକେଟ ଖେଳ ହେଉଛି ଏକ ନିଆରା ଖେଳ । ପିଲାଠୁ ବୁଡା ପ୍ରଯ୍ୟନ୍ତ ସମସ୍ତଙ୍କର ପସନ୍ଦ । ଏହି କ୍ରିକେଟ ଖେଳ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଟାଙ୍ଗୀ- ଚୌଦ୍ୱାର ବ୍ଲକ କୟଳପଡା ପଞ୍ଚୟତରେ ପ୍ରଥମ ଥର ପାଇଁ ଫଡ ଲାଇଟ ମ୍ୟାଚ୍ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ବାଲୁଙ୍କେଶ୍ୱର ପଡିଆରେ ଏକ ନିଆରା ଢଙ୍ଗରେ ଏହି ମ୍ୟାଚ ଆୟୋଜନ ହୋଇଥିଲା । ଏଥିରେ ୪ଗୋଟି ଟିମ୍ ମଧ୍ୟରେ ମହାବୀର ଡେଞ୍ଜର କିଙ୍ଗ, ବିନଦାସ ଇଲେଭେନ୍, ମେଣ୍ଟାଲ ଫାୟାର ଓ ବ୍ରାଇଟ ଷ୍ଟାର ଅଂଶଗ୍ରହଣ କରିଥିଲେ । ମ୍ୟାଚର ପ୍ରଥମ ଦିନ ଉଭୟ ଟିମ ପ୍ରତେକ ଲେଖାଏ ମ୍ୟାଚ ଖେଳିଥିଲେ । ସେଥିମଧ୍ୟରୁ ବିନଦାସ ଟିମ କ୍ୱାଟର ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲା । ଦ୍ୱତୀୟ ଦିନ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ହୋଇଥିଲା । ଶେଷରେ ମେଣ୍ଟାଲ ଫାୟାର ଓ ବିନଦାସ ଇଲେଭେନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବିନଦାସ ଇଲେଭେନ ବିଜୟ ଲାଭ କରିଥିଲା ।ଉକ୍ତ ମ୍ୟାଚକୁ ଭଗବାନ ନାୟକ ଉଦଘାଟନ କରିଥିଲେ । ଏହି ତେବେ ଦିବଂଗତ ସନ୍ଦିପ ନାୟକଙ୍କ ସୃତି ଉଦେଶ୍ୟରେ ନିରବ ପ୍ରର୍ଥନା କରାଯାଇଥିଲା । ସେହିଭଳି ଉଦଯାପନୀ ଉତ୍ସବରେ କାମଦେବ ପ୍ରଧାନ, ଜୁବେସ ନାୟକ, ବିମ୍ବାଧର ନାୟକ, ଗୁଣ୍ଡୁରୀ ଚରଣ ବେଉରା ଏବଂ ନନ୍ଦ କିଶୋର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଜ୍ଞାନରଞ୍ଜନ ନାୟକ, ମ୍ୟାନ ଅଫ ଦି ସିରିଜି ଭାବେ ମନୋରଞ୍ଜନ ମହାନ୍ତି ବେଷ୍ଟ ସିକ୍ସର୍ ବିଶ୍ୱଜିତ ସ୍ୱାଇଁ, ବେଷ୍ଟ ବୋଲର ଭାବେ ବିକି ପ୍ରଧାନ ପୁରଷ୍କୃତ ହୋଇଥିଲେ । ବିଜୟୀ ଟିମକୁ ମାନପତ୍ର ଟ୍ରଫି ସହ ଅର୍ଥ ରାଶି ସହ ପୁରଷ୍କୃତ କରାଯାଇ ଥିଲା । ଦେବାଶିସ ବରାଳ, ଗୌରାଙ୍ଗ ପ୍ରଧାନ, ଦିପକ ବରାଳ, ଭବାନୀଶଙ୍କର ଚରଣ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ ।