କୟଳପଡା ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଓ ମଧୁସୂଦନ ପାର୍କ ଉଦ୍ଘାଟନ
ଚୌଦ୍ୱାର(ଏନ୍.ଏମ୍.): କୟଳପଡା ଗ୍ରାମ ପଞ୍ଚାୟତରେ କୟଳପଡା ଠାରେ ୩୫ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣ ମଣ୍ଡପ ଓ ୧୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମଧୁସୂଦନ ପାର୍କ ଅପରାହ୍ନ ୩ଘଟିକା ସମୟରେ ଉଦ୍ଘାଟିତ ହୋଇଯାଇଛି । ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ସଭାପତିତ୍ୱରେ ଏହି ଉତ୍ସବରେ ଉଦ୍ଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡମାର ମାନ୍ୟବର ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭୀମୁଖୀ ଯୋଜନାର ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ, ପୂର୍ବତନ ମନ୍ତ୍ରୀ, ତଥା ବିଞ୍ଝାରପୁରର ମାନ୍ୟବର ବିଧାୟିକା ପ୍ରମିଳା ମଲ୍ଲିକ ତାଙ୍କ ବକ୍ତବ୍ୟରେ ଓଡିଶାରେ ନାରୀ ମାନଙ୍କୁ ପ୍ରାଧାନ୍ୟ, ସଶକ୍ତିକରଣ ଓ ଉନ୍ନତି ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରଙ୍କ ପ୍ରଚେଷ୍ଠା ପାଇଁ ସମ୍ଭବ ହୋଇପାରିଛି ବୋଲି କହିଥିଲେ । ସଭାର ସଭାପତି ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ଶ୍ରୀ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରୁ ପଞ୍ଚାୟତକୁ ଲକ୍ଷ୍ୟରଖି ନାର୍ବାଡ଼ ସହାୟତାରେ ୧୫୨ କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ଏକ ସେତୁ ନିର୍ମାଣ ନିମନ୍ତେ ଜନ ସାଧାରଣଙ୍କ ବହୁ ଦିନର ଦାବି ଥିଲା ଯାହାକି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଉଦ୍ୟମ କ୍ରମେ ସମ୍ଭବ ହୋଇପାରିଛି । ଏହା ସହ ପଞ୍ଚାୟତର ମୁଖ୍ୟ ରାସ୍ତା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ମହାନଦୀ ବନ୍ଧ ପ୍ୟାକିଂ କାର୍ଯ୍ୟ ସରିଛି ଓ ପଞ୍ଚାୟତର ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି ବୋଲି କହିଥିଲେ । ଏହି ସଭାରେ ସମ୍ମାନନିତ ଅତିଥି ଭାବେ ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ ସମିତି ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, ୧୧ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଧର ରାଉଳ, କୟଳପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ରଶ୍ମୀରଞ୍ଜନ ପ୍ରଧାନ, ବରିଷ୍ଠ ନେତା ଦାମୋଦର ମଲ୍ଲିକ, ବିମ୍ବାଦର ନାୟକ, ତିର୍ଥାନନ୍ଦ ସୁବୁଦ୍ଧିରାୟ, କୟଳପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମନ୍ତ ପ୍ରଧାନ, ନାୟବ ସରପଞ୍ଚ ରଜନୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଗୋଷ୍ଠୀ ସମ୍ବଳ ସଦସ୍ୟ, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୌଭାଗ୍ୟ ରଞ୍ଜନ ପ୍ରଧାନ, ନିରଞ୍ଜନ ପଣ୍ଡା, ପବିତ୍ର ମୋହନ ବେଉରା, ଜୟଦେବ ମହାନ୍ତି, ଗୁଣ୍ଡୁରି ଚରଣ ବେଉରା, ଦୀପକ ବେହେରା, ଦିପ୍ତ ରଞ୍ଜନ ବେଉରା, ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ । ବାଣିପଦା ଗ୍ରାମ ପଞ୍ଚାୟତର ବରିଷ୍ଠ ନେତା ଲକ୍ଷଣ ରାଉତ ଧନ୍ୟବାଦ ଦେଇଥିଲେ ।