କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡ଼ି) ସମୟ ପରିବର୍ତ୍ତନ

କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡ଼ି) ସମୟ ପରିବର୍ତ୍ତନ

କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡ଼ି) ସମୟ ପରିବର୍ତ୍ତନ


ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଡିସେମ୍ବର ମାସ ୧ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗ (ଓପିଡ଼ି) ଖୋଲା ରହିବ କିନ୍ତୁ ଅପରାହଅ ୧ଟାରୁ ୨ଟା ମଧ୍ୟାହ୍ନ ଭୋଜନ ପାଇଁ ବନ୍ଦ ରହିବ । ଏଥିପାଇଁ ପଞ୍ଜିକରଣ କାଉଣ୍ଟର ସକାଳ ୮ଟା ୩୦ରୁ ଦିନ ୧୨ଟା ୩୦ ଓ ୧ଟା ୩୦ରୁ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲା ରହିବ । ଏହି ସୁବିଧା ସପ୍ତାହର ସବୁଦିନ ଉପଲବ୍ଧ ହେବ ବୋଲି କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ରକ୍ତ ନମୁନା ସଂଗ୍ରହ ଏବଂ ପରୀକ୍ଷା ନୂତନ ଓପିଡ଼ି ସମୟ ଅନୁଯାୟୀ ଖୋଲାରହିବ । ଜରୁରୀକାଳୀନ ବିଭାଗ ୨୪ ଘଣ୍ଟା ଖୋଲାରହିବ ଏବଂ ଅନ୍ୟାନ୍ୟ ସବୁରୋଗୀ ସେବା ପୂର୍ବଭଳି ଚାଲୁରହିବ ବୋଲି ଡାକ୍ତର ସାହୁ ସୂଚନା ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ