କୋଡ଼ିଡ଼୍-୧୯ ଦ୍ୱିତୀୟ ଲହର କାର୍ଯ୍ୟରତ ଅଙ୍ଗନୱାଡ଼ି ପରିଦର୍ଶିକା, କର୍ମୀ ଓ ସହାୟିକାଙ୍କ ମୃତୁ୍ୟ ପାଇଁ ସରକାରଙ୍କ ଆର୍ଥିକ ଅନୁକମ୍ପା ରାଶି ଘୋଷଣା

କୋଡ଼ିଡ଼୍-୧୯ ଦ୍ୱିତୀୟ ଲହର କାର୍ଯ୍ୟରତ ଅଙ୍ଗନୱାଡ଼ି ପରିଦର୍ଶିକା, କର୍ମୀ ଓ ସହାୟିକାଙ୍କ ମୃତୁ୍ୟ ପାଇଁ ସରକାରଙ୍କ ଆର୍ଥିକ ଅନୁକମ୍ପା ରାଶି ଘୋଷଣା

କଟକ(ଏନ୍‌.ଏମ୍‌.): କୋଭିଡ଼୍-୧୯ ଦ୍ୱିତୀୟ ଲହରରେ କାର୍ଯ୍ୟରତ ଅଙ୍ଗନୱାଡ଼ି ପରିଦର୍ଶିକା, କର୍ମୀ ଓ ସହାୟିକାମାନଙ୍କ ମୃତୁ୍ୟ ହେଲେ ସେମାନଙ୍କ ପରିବାର ଓ ନିକଟତର ସମ୍ପର୍କୀୟମାନଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି । ଏଠାରେ ପ୍ରକାଶ ଥାଉ କି, ପୂର୍ବରୁ କୋଭିଡ଼୍-୧୯ ପ୍ରଥମ ଲହର ସମୟରେ ବିଭିନ୍ନ ବେସରକାରୀ ଚିକିତ୍ସାଳୟ, ଅବସରପ୍ରାପ୍ତ, ସ୍ୱେଚ୍ଛାସେବୀ, ମୁ୍ୟନିସପାଲିଟି ଓ ନଗରପାଳିକା, ଅନ୍ୟ ସଂସ୍ଥା ଦ୍ୱାରା ନିଯୁକ୍ତ କର୍ମଚାରୀ ଯେ କି କୋଭିଡ଼୍-୧୯ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସମୟରେ ମୃତୁ୍ୟବରଣ କରନ୍ତି ତେବେ ସେମାନଙ୍କ ନିଜର ଓ ନିକଟ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଉଲ୍ଲେଖ କରି ରାଜ୍ୟ ସରକାର ମଧ୍ୟ ଅନୁରୂପ ନିଦେ୍ର୍ଦଶାବଳୀ ଜାରି କରିଥିଲେ । ଏତଦ୍ବ୍ୟତିତ ଅନ୍ୟାନ୍ୟ ସ୍ଥାନରେ କୋଭିଡ଼୍ ପାଇଁ ନିୟୋଜିତ କର୍ମଚାରୀମାନେ ଯେଉଁମାନେ କି କୋଭିଡ୍‌ କାର୍ଯ୍ୟ ସହ ସିଧାସଳଖ ସଂପୃକ୍ତ ତେବେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ଏଥିରେ ସାମିଲ୍ କରାଯାଇଥିଲେ ମଧ୍ୟ ଯେଉଁମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅର୍ନ୍ତଭୁକ୍ତ ନଥିବେ ତେବେ ମଧ୍ୟ ସେମାନଙ୍କ ପରିବାରବର୍ଗଙ୍କୁ କାର୍ଯ୍ୟରତ କର୍ମଚାରୀଙ୍କ ମୃତୁ୍ୟ ହେଲେ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦିଆଯିବାକୁ ନିଦେ୍ର୍ଦଶାବଳୀ ଜାରି ହୋଇଥିଲେ ମଧ୍ୟ କରୋନା କାର୍ଯ୍ୟରେ ନିୟୋଜିତ ଅଙ୍ଗନୱାଡ଼ି ପରିଦର୍ଶିକା, କର୍ମୀ ଓ ସହାୟିକାମାନଙ୍କୁ ଉକ୍ତ ନିଦେ୍ର୍ଦଶାବଳୀରେ ଅର୍ନ୍ତଭୁକ୍ତ କରାଯାଇ ନଥିଲା, ଯାହା ଫଳରେ ଅନେକ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ପରିଦର୍ଶିକା କରୋନା କାର୍ଯ୍ୟରେ କାର୍ଯ୍ୟରତ ଥାଇ ମୃତୁ୍ୟବରଣ କରିଥିଲେ ମଧ୍ୟ ଉକ୍ତ ଅନୁକମ୍ପା ରାଶୀରୁ ବଞ୍ଚିତ ହେଉଥିଲେ । ଏହିଭଳି ଏକ ପାତର ଅନ୍ତର ପୂର୍ଣ୍ଣ ନିଦେ୍ର୍ଦଶାନାମାକୁ ଭାରତୀୟ ମଜଦୁର ସଂଘ ବିରୋଧ କରିବା ସହ ଶିଶୁ ବିକାଶ ଯୋଜନା ଅଧିକ କର୍ମଚାରୀ, କର୍ମୀ ଓ ସହାୟିକାମାନଙ୍କୁ ଏହି ନିଦେ୍ର୍ଦଶାବଳୀରେ ସମ୍ପୃକ୍ତ କରିବାକୁ ବାରମ୍ବାର ଦାବି କରି ଆସୁଥିଲା ।
ତେବେ ଦାବିକୁ ବିଚାରକୁ ନେଇ କେନ୍ଦ୍ର ସରକାରଙ୍କ ପୂର୍ବ ବର୍ଷର ନିଦେ୍ର୍ଦଶାବଳୀ ୨୦୨୦ ମସିହା ମାର୍ଚ୍ଚ ୩୦ ତାରିଖରେ ଓ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶନାମା୨୦୨୦ ମସିହା ଏପି୍ରଲ ୨୨ତାରିଖ ଏବଂ ସଂଶୋଧିତ ନିଦେ୍ର୍ଦଶନାମା ୨୦୨୦ ଜୁଲାଇ ୨୯ତାରିଖକୁ ଅନୁକରଣ କରି ଏକ ଅନୁରୂପ ନିଦେ୍ର୍ଦଶନାମା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁବିକାଶ ତଥା ମିଶନ ଶକ୍ତି ବିଭାଗ ଗତ ଚଳିତ ମେ ମାସ ୨୪ତାରିଖରେ ଜାରି କରି ରାଜ୍ୟର ସମସ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନଙ୍କୁ ଜଣାଇ ଦେଇଅଛନ୍ତି କି, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶନାମା ଅନୁଯାୟୀ କରୋନା କାର୍ଯ୍ୟରେ ନିୟୋଜିତ ଅନ୍ୟ କର୍ମଚାରୀଙ୍କ ଭଳି ଅଙ୍ଗନୱାଡ଼ି ପରିଦର୍ଶିକା, କର୍ମୀ ଓ ସହାୟିକା ମଧ୍ୟ ଏଥିରେ ସାମିଲ୍ ହେବା ସହ କରୋନାରେ କାର୍ଯ୍ୟରତ ସମୟରେ ଯଦି ମୃତୁ୍ୟବରଣ କଲେ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସେମାନଙ୍କ ପରିବାର ଓ ନିକଟ ସମ୍ପର୍କୀୟମାନେ ପାଇ ପାରିବେ । ଏଠାରେ ପ୍ରକାଶ ଥାଉ କି, ପୂର୍ବରୁ ଉକ୍ତ ପାତର ଅନ୍ତର ନିଦେ୍ର୍ଦଶାବଳିରୁ ବଞ୍ଚôତ ଥିବା ସମନ୍ୱୟ ଶିଶୁ ବିକାଶ ଯୋଜନା ଅଧିନ କର୍ମୀ ଓ ସହାୟିକାଙ୍କ ଦାବିକୁ ବିଚାର କରିବାପାଇଁ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲୋଡ଼ିଜ୍ ୱାକରସ୍ ଆସୋସିଏସନ୍ ସରକାରଙ୍କ ନିକଟରେ ଦୃଢ଼ ଦାବି ଜଣାଇଥିଲେ । ଉକ୍ତ ଦାବିର ଯଥାର୍ଥତାକୁ ବିଚାରକୁ ନେଇ ଓଡ଼ିଶା ସରକାର ଏହି ନୂତନ ନିଦେ୍ର୍ଦଶନାମା ବିଭାଗୀୟ ଯୁଗ୍ମ ସଚିବ ଏବଂ ନିଦେ୍ର୍ଦଶକ ଭାରତୀୟ ମଜଦୁର ସଂଘର ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁଙ୍କ ସହ ଟେଲିଫୋନ୍ ଯୋଗେ ଦେଖା ଦେଇଥିବା ସମସ୍ୟାର ସମାଧାନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ କର ତୁରନ୍ତ ନିଦେ୍ର୍ଦଶନାମା ଜାରୀ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଓଡ଼ିଶା ସରକାର ଓ ବିଭାଗୀୟ ନିଦେ୍ର୍ଦଶକ ଓ ଯୁଗ୍ମ ସଚିବ ସଂଘର ଦାବିକୁ ଉପଯୁକ୍ତ ବିଚାର କରି ଉଚିତ ନିଷ୍ପତ୍ତି ନେଇଥିବାରୁ ସଂଘ ପକ୍ଷରୁ ଭାରତୀୟ ମଜଦୁର ସଂଘ ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ଶ୍ରୀ ସାହୁ ରାଜ୍ୟ ସରକାର, ବିଭାଗୀୟ ନିଦେ୍ର୍ଦଶକ ଓ ଯୁଗ୍ମ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି